‘ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବା ପାଇଁ ଆଦିବାସୀମାନେ କାମ କରୁଛନ୍ତି’

Advertisment

ଝାଡ଼ଖଣ୍ଡର ଖଣି ଅଞ୍ଚଳ ନାମରେ ଜଣାଶୁଣା ସରଣ୍ଡାରେ ୧୯୨୭ରେ ଖଣି ଖନନ ଚାଲିଛି। ଏଠାରେ ବିକାଶ ହେବା ‌ବଦଳରେ ୮୦ ପ୍ରତିଶତ ଶିଶୁ କୁପୋଷଣର ଶିକାର ହେଉଛନ୍ତି। ସେମାନଙ୍କର ବିକାଶ ପାଇଁ କମିଟି ଗଠନ କରାଯାଉଛି। କିନ୍ତୁ ଏହି କମିଟି ଆଇନରେ ପରିଣତ ହୋଇପାରୁ ନାହିଁ।

Updated On

ଝାଡ଼ଖଣ୍ଡର ଖଣି ଅଞ୍ଚଳ ନାମରେ ଜଣାଶୁଣା ସରଣ୍ଡାରେ ୧୯୨୭ରେ ଖଣି ଖନନ ଚାଲିଛି। ଏଠାରେ ବିକାଶ ହେବା ‌ବଦଳରେ ୮୦ ପ୍ରତିଶତ ଶିଶୁ କୁପୋଷଣର ଶିକାର ହେଉଛନ୍ତି। ସେମାନଙ୍କର ବିକାଶ ପାଇଁ କମିଟି ଗଠନ କରାଯାଉଛି। କିନ୍ତୁ ଏହି କମିଟି ଆଇନରେ ପରିଣତ ହୋଇପାରୁ ନାହିଁ।

ଅଦ୍ୟତନ ହୋଇଛି

ଭୁବନେଶ୍ବର: ପ୍ରକୃତିର କୋଳରେ ଯେତିକି ଜୀବଜନ୍ତୁ ସୃଷ୍ଟି ହୋଇଛନ୍ତି, ସମସ୍ତେ ମନୁଷ୍ୟମାନଙ୍କ ସହିତ ରହିବେ। ମନୁଷ୍ୟଙ୍କ ବ୍ୟତୀତ ବନ୍ୟପ୍ରାଣୀମାନେ ଜଙ୍ଗଲ ଭିତରେ ରହିବେ। କିନ୍ତୁ ଜଙ୍ଗଲର ସୁରକ୍ଷା ମନୁଷ୍ୟ ହାତରେ, ଯାହାକି ମୁଖ୍ୟତଃ ଆଦିବାସୀମାନେ ତୁଲାଇଥାନ୍ତି। ୧୯୮୮ ମସିହାରେ ସରକାର ହୃଦୟଙ୍ଗମ କରିଥିଲେ ଯେ, ଜଙ୍ଗଲ ସହିତ ଆଦିବାସୀମାନଙ୍କର ଘନିଷ୍ଠ ସଂପର୍କ ରହିଛି। ଅପରପକ୍ଷେ ୨୦୧୫ରେ ସରକାର ସ୍ବୀକାର କଲେ ଯେ, ଆଦିବାସୀମାନଙ୍କ ପାଇଁ ଜଙ୍ଗଲ ବଢୁଛି। ଆଦିବାସୀମାନେ ଜଙ୍ଗଲକୁ ବଞ୍ଚାଇ ରଖିଛନ୍ତି।  ମାନବାଧିକାର କର୍ମୀ ତଥା ଗବେଷକ ଗ୍ଲାଡସନ୍ ଡୁଙ୍ଗଡୁଙ୍ଗ ଏହା କହିଛନ୍ତି।

ସମ୍ବାଦ ଗ୍ରୁପ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ଶୁକ୍ରବାର ଶ୍ରୀ ଡୁଙ୍ଗଡୁଙ୍ଗ କହିଛନ୍ତି ଯେ, ଆଦିବାସୀମାନେ ବର୍ଷକୁ ମାତ୍ର ୩ମାସ ପାଇଁ ଘରେ ଶୁଖିଲା କାଠ ରଖିଥାନ୍ତି। ଏହାକୁ ସେମାନେ ବର୍ଷା ଦିନରେ ବ୍ୟବହାର କରିଥାନ୍ତି। କିନ୍ତୁ କର୍ପୋରେଟମାନେ ବିକାଶ ନାଁରେ ଜଙ୍ଗଲକୁ କାଟି ପୁରା ସଫା କରୁଛନ୍ତି। କର୍ପୋରେଟ ସଂସ୍ଥା ଖଣିଜ ସାମଗ୍ରୀ ବିକିଦେବାକୁ ପଛାଉ ନାହାନ୍ତି। ଗଛ ଓ ଜଙ୍ଗଲ ସୁରକ୍ଷା ପାଇଁ ଆଦିବାସୀମାନେ କାମ କରୁଛନ୍ତି। ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବା ପାଇଁ ଆଦିବାସୀମାନେ କାମ କରୁଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଆଦିବାସୀଙ୍କ ଉପର ନିର୍ଯାତନା ଦିଆଯାଉଛି। ଆଦିବାସୀ ନିଜପାଇଁ ଲଢ଼ୁ ନାହାନ୍ତି। ବରଂ ସମସ୍ତଙ୍କର ସୁରକ୍ଷା ପାଇଁ ଆଦିବାସୀମାନେ ଲଢୁଛନ୍ତି।

ଆଦିବାସୀମାନେ ପ୍ରାକୃତିକ ଉପାୟରେ କୃଷି କାମ କରନ୍ତି। କିନ୍ତୁ ଏବେ କୃଷି କାର୍ଯ୍ୟର ଶୈଳୀ ପରିବର୍ତ୍ତନ ହୋଇଛି। ପ୍ରାକୃତିକ ଉପାୟରେ ଚାଷକାମ ହେଉ ନାହିଁ। କୃଷିକାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାର ହେଉଛି। ବିଶ୍ବକୁ ବଞ୍ଚାଇ ରଖିବା ପାଇଁ କେବଳ ଆଦିବାସୀ ନୁ‌ହଁ। ବରଂ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ। ପୃଥିବୀ ପୃଷ୍ଠରେ ମଣିଷ ସମେତ ଅନ୍ୟ ଜୀବଜନ୍ତୁଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି।  

ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ୨ୟ ଦିବସର ଅପରାହ୍‌ଣ ଅଧିବେଶନରେ ସାମିଲ ହୋଇ ଗ୍ଲାଡସନ୍ ଡୁଙ୍ଗଡୁଙ୍ଗ କହିଛନ୍ତି, ଝାଡ଼ଖଣ୍ଡର ଖଣି ଅଞ୍ଚଳ ନାମରେ ଜଣାଶୁଣା ସରଣ୍ଡାରେ ୧୯୨୭ରେ ଖଣି ଖନନ ଚାଲିଛି। ଏଠାରେ ବିକାଶ ହେବା ‌ବଦଳରେ ୮୦ ପ୍ରତିଶତ ଶିଶୁ କୁପୋଷଣର ଶିକାର ହେଉଛନ୍ତି। ସେମାନଙ୍କର ବିକାଶ ପାଇଁ କମିଟି ଗଠନ କରାଯାଉଛି। କିନ୍ତୁ ଏହି କମିଟି ଆଇନରେ ପରିଣତ ହୋଇପାରୁ ନାହିଁ। ଫଳରେ ଆଦିବାସୀମାନେ ନିର୍ଯାତନାର ଶିକାର ହେଉଛନ୍ତି। ଗ୍ଲେସିଅର ତରଳୁଥିବାରୁ ଅନେକ ସମୁଦ୍ରକୂଳିଆ ସହର ବୁଡ଼ିଯିବାର ଆଶଙ୍କା ରହୁଛି। ତେଣୁ ପ୍ରକୃତିକୁ ଭଲ ପାଇବାକୁ ପଡ଼ିବ। ପ୍ରକୃତି ସହିତ ଚଳିବାକୁ ହେବ। ପରିବେଶକୁ କେବଳ ଆଦିବାସୀ ବଞ୍ଚାଇ ପାରିବେ ନାହିଁ। ଏଥି ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ଜଙ୍ଗଲର ଆକାର ବଢ଼ାଇବାକୁ ହେବ। ପରିବେଶର ସୁରକ୍ଷା ପାଇଁ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ।

P

କାର୍ଯ୍ୟକ୍ରମର ଅନ୍ୟ ଅତିଥି ତଥା ଚୌପାଲ ଗ୍ରାମ୍ୟ ବିକାଶ ପରୀକ୍ଷଣ ଏବଂ ସୌଧ ପ୍ରତିଷ୍ଠାନର ସଭାପତି ଗଙ୍ଗାରାମ ପାଇକରା କହିଛନ୍ତି, ଆଦିବାସୀ ସମାଜ ପରିବେଶର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି। ସେମାନଙ୍କର ଚଳଣୀ ଯୋଗୁଁ ପରିବେଶ ବଞ୍ଚିଛି। ଆଦିବାସୀମାନେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଅଗ୍ନି ସଂଯୋଗ କରନ୍ତି ନାହିଁ। ସେମାନେ ମୃତଦେକୁ ଗାତ ଖୋଳି ମାଟିରେ ପୋତି ଦେଇଥାନ୍ତି। ଏହାର ମୁଖ୍ୟ କାରଣ ହେଲା ସେମାନେ ବାୟୁ ମଣ୍ଡଳକୁ ଦୂଷିତ କରିବାକୁ ଚାହାନ୍ତି ନାହିଁ।

ଶ୍ରୀ ପାଇକରା କହିଛନ୍ତି ଯେ, ଯେଉଁଠି ଆଦିବାସୀଙ୍କ ସମାଜ ରହିଛି, ସେଠାରେ ଜଙ୍ଗଲ ବଞ୍ଚିଛି। ଛତିଶଗଡ଼ରେ ଆଦିବାସୀମାନେ ସଂଘର୍ଷ କରୁଛନ୍ତି। ସେମ‌ାନେ ଜଙ୍ଗଲ ବଞ୍ଚାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ପରିବେଶରେ ସମସ୍ତେ ରହୁଛନ୍ତି। ତେଣୁ ଏହାର ସୁରକ୍ଷା ପାଇଁ ସମାଜ ଓ ସରକାରକୁ ଏକାଠି ହେବାକୁ ପଡ଼ିବ। ପୂର୍ବରୁ ଜଙ୍ଗଲ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଖରେ ଠେଙ୍ଗା ରହୁଥିଲା। ଏବେ ସରକାର ତାଙ୍କ ହାତରେ ବନ୍ଧୁକ ଦେଉଛନ୍ତି। ସେହି ସମୟରେ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ପାଖରେ ଠେଙ୍ଗା ଥାଇ ଜଙ୍ଗଲ ସୁରକ୍ଷିତ ରହୁଥିଲା। କିନ୍ତୁ ଏବେ ଏତେ ବ୍ୟବସ୍ଥା ଥାଇ ମଧ୍ୟ ଜଙ୍ଗଲର ପରିସୀମା ବଢ଼ୁନାହିଁ। ପରିବେଶ ସୁରକ୍ଷା ପାଇଁ ‘ପୁନଶ୍ଚ ପୃଥିବୀ’ ମାଧ୍ୟମରେ ଏକ ବୃହତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସମ୍ବାଦ ଗ୍ରୁପକୁ ଧନ୍ୟବାଦ ଜଣାଉଛି। ଏହି କାର୍ଯ୍ୟକ୍ରମରୁ ଅନ୍ୟ ରାଜ୍ୟ ମଧ୍ୟ ଶିଖିବାର ଅଛି।

ଅଧିବେଶନରେ ଫାଉଣ୍ଡେସନ୍‌ ଫର ଇକୋଲେଜିକାଲ ସିକ୍ୟୁରିଟିର ମହାପ୍ରବନ୍ଧକ ସ୍ବପ୍ନାଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ ରହିବା ସେ ପରିବେଶର ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଜଙ୍ଗଲକୁ ଯଦି ଆମେ ବଢ଼ାଇପାରିବା ନାହିଁ, ଏହାର ବିନାଶ ଚିନ୍ତା ମଧ୍ୟ ନକରିବା ଉଚିତ। ଆଦିବାସୀ ଲୋକ ଜଙ୍ଗଲକୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ଆଦିବାସୀ ଓ ଜଙ୍ଗଲ ମଧ୍ୟରେ ସଂପର୍କ ନୀବିଡ଼ ରହିଛି।

ଏହି ଖବର ପଢ଼ନ୍ତୁ: ବର୍ଷା ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେବାର ସମୟ ଆସିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe