ମା ମାହେଶ୍ବରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦଯାତ୍ରା

Advertisment

ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣୀସ୍ଥିତ ମା ମାହେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗୁରୁବାର ୫ଶହରୁ ଊର୍ଦ୍ଧ୍ବ  ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀମାନଙ୍କୁ ନେଇ ୩୦ ଫୁଟର ଏକ ବିରାଟ ତ୍ରିରଙ୍ଗାକୁ ଧରି ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Triranga rally

ବାଉଁଶୁଣୀ: ସ୍ୱାଧୀନତା ଦିବସ ଉପଲକ୍ଷେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣୀସ୍ଥିତ ମା ମାହେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗୁରୁବାର ୫ଶହରୁ ଊର୍ଦ୍ଧ୍ବ  ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀମାନଙ୍କୁ ନେଇ ୩୦ ଫୁଟର ଏକ ବିରାଟ ତ୍ରିରଙ୍ଗାକୁ ଧରି ବିଶାଳ ପଦଯାତ୍ରା ବିଦ୍ୟାଳୟରୁ ବାହାରି ବାଉଁଶୁଣୀ ଷ୍ଟେଟବ୍ୟାଙ୍କ ପର୍ଯ୍ୟନ୍ତ ଯାଇଥିଲା।

ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ସହ ଭାରତ ମାତା କି ଜୟ, ବନ୍ଦେ ମାତରମ, ମେରା ତ୍ରିରଙ୍ଗା ଉଚ୍ଚା ରହେଗା ଆଦି ସ୍ଲୋଗାନ ଏକ ହୃଦୟସ୍ପର୍ଶୀ ବାତାବରଣ ସୃଷ୍ଟି କରିଥିଲା। 

ବିଦ୍ୟାଳୟର ଜାତୀୟ ସେବା ଯୋଜନା (ଯୁଗ୍ମ ବିଭାଗ) ତଥା ଯୁବ ରେଡକ୍ରସ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ ତ୍ରିରଙ୍ଗା ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଏନ୍ଏସ୍ଏସ୍. ଏବଂ ରେଡକ୍ରସ ବିଭାଗ ଦାୟିତ୍ବରେ ଥିବା ଅଧ୍ୟାପକ ଡ.ଉମାକାନ୍ତ ବିଶ୍ବାଳ, କ୍ରୀଡା ଶିକ୍ଷକ ରମେଶଚନ୍ଦ୍ର ମେହେର ଏହାକୁ ପରିଚାଳନା କରିଥିଲେ। 

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe