ରାଇରଙ୍ଗପୁରରେ ଭିନ୍ନଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଭିନ୍ନଭିନ୍ନ ସ୍ଥାନରେ ଗୁରୁବାର ଦିନ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ରାଇରଙ୍ଗପୁର ମହାବିଦ୍ୟାଳୟରୁ ଏକ ଶହ ମିଟର ତ୍ରିରଙ୍ଗା ସହିତ ହଜାର ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Rairangpur

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଭିନ୍ନଭିନ୍ନ ସ୍ଥାନରେ ଗୁରୁବାର ଦିନ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ରାଇରଙ୍ଗପୁର ମହାବିଦ୍ୟାଳୟରୁ ଏକ ଶହ ମିଟର ତ୍ରିରଙ୍ଗା ସହିତ ହଜାର ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନେ ତ୍ରିରଙ୍ଗା ସହିତ କଲେଜ ପ୍ରାଙ୍ଗଣରୁ ବାହାରି ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖ ଦେଇ ଦୁର୍ଗାମଣ୍ଡପ ଠାରେ ପହଞ୍ଚି ଥିଲେ।

ସେହିପରି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ହଜାର ହଜାର ଛାତ୍ରୀମାନେ ଏକ ୫୦ ମିଟର ଲମ୍ବର ମହିଳା ମହାବିଦ୍ୟାଳୟ ଲେଖା ଯାଇଥିବା ବ୍ୟାନର ସହିତ ଜାତୀୟ ପତାକା ଧରି କଲେଜରୁ ବାହାରି ଉପଖଣ୍ଡ କାର୍ଯ୍ୟଳୟ ସମ୍ମୁଖ ଦେଇ କଲେଜରେ ଶେଷ କରିଛନ୍ତି। ଏଥିରେ ତ୍ରିରଙ୍ଗା ପଦଯାତ୍ରାରେ ଦୁଇଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାରା ସହରରେ ଏକ ଦେଶ ମାତୃକା ପ୍ରତି ଭଲ ପାଇବା, ଶାନ୍ତି, ମୈତ୍ରୀ, ଦେଶ ପ୍ରେମ, ତଥା ତ୍ରିରଙ୍ଗା ପତାକା ପ୍ରତି ସମ୍ମାନ ଜାଗୃତ କରିବା ସହିତ ଏକ ସୁ ସଙ୍ଗଠିତ ଭାରତର ଝଲକ ବାତାବରଣ ସୃଷ୍ଟି କରିପାରିଥିଲେ। ଏଥିରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ଏନ୍ ସି ସି କ୍ୟାଡେଟ୍ ପଦଯାତ୍ରା ଟିକୁ ସୁରକ୍ଷିତ ସମ୍ପାଦନ କରିଛନ୍ତି।

ସେହିପରି ଅପରାହ୍ନରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କ ନେତୃତ୍ଵରେ ଶତାଧିକ ବାଇକ୍ ଯୋଗେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ତ୍ରିରଙ୍ଗା ଯାତ୍ରାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେପି କର୍ମୀ ଯୋଗ ଦେଇ ରାଇରଙ୍ଗପୁରକୁ କରିଛନ୍ତି ତ୍ରିରଙ୍ଗାମୟ ଓ ପ୍ରତ୍ୟେକ ଅଞ୍ଚଳବାସୀଙ୍କ ପାଖରେ ଦେଶ ଭକ୍ତି,ଦେଶ ପ୍ରେମ, ତଥା ତ୍ରିରଙ୍ଗା ପ୍ରତି ସମ୍ମାନ ଜାଗୃତ କରିଥିବାର ପରିଲକ୍ଷିତ ହୋଇଛି।

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ଓ ଏସଡିପିଓ ଗକୁଳା ନନ୍ଦ ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe