ବଡ଼ବିଲ: ଆଜି ଭୋର୍ ୫ ଘଟିକା ସମୟରେ ୫୨୦ ନମ୍ୱର୍ ଜାତୀୟ ରାଜପଥ, ଭଦ୍ରାସାହି ନିକଟ ରୋଇଡ଼ା ଛକ ନିକଟରେ ଏକ ଟ୍ରକ୍ ରାସ୍ତାରେ ଯାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଥିଲେ। ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଚାଳକ ସତ୍ୟନାରାୟଣ ବିଶ୍ଵକର୍ମାଙ୍କ ପାଖରେ ଥିବା କିଛି ଟଙ୍କା ଓ ତାଙ୍କ ମୋବାଇଲ ଛଡ଼ାଇ ନେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ଡାକ୍ତରଖାନାରେ ଚାଳକ ଭର୍ତ୍ତି
ଆହୁରି ପଢ଼ନ୍ତୁ: Cow Smuggling Truck Accident ଗୋଚାଲାଣ ବେଳେ ଗୋରୁ ଗାଡ଼ି ଦୁର୍ଘଟଣା: ଚମ୍ପଟ ମାରିଲା ଚାଳକ, ୨୦ ଗାଈ ଉଦ୍ଧାର
ଦୁର୍ବୃତ୍ତଙ୍କ ଆକ୍ରମଣରେ ଚାଳକ ଶ୍ରୀ ବିଶ୍ଵକର୍ମାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାବେଳେ, ମୁଣ୍ଡରେ ଆଘାତ ଲାଗିଥିବା ଜଣାଯାଇଛି। ଏନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଗୁରୁତର ଆହତ ଚାଳକକୁ ଡାକ୍ତରଖାନାରେ ଭର୍ତ୍ତି କରାଇ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ: Statement BJP President Manmohan Samal ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଅନେକ ଲୋକ ବିଜେପିରେ ମିଶିବେ: ମନମୋହନ ସାମଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/01/barbil-ps-2025-12-01-10-28-23.png)