ସୋରରୁ ପଶ୍ଚିମବଙ୍ଗକୁ ମାଡ଼ିଛି ଗୋମାଂସ ତସ୍କରି ଚେର: ପୁଲିସ ନୀରବ ଦ୍ରଷ୍ଟା , ବଜରଙ୍ଗ ଦଳ କର୍ମୀ ଜବତ କଲେ ଗୋମାଂସ ଭର୍ତ୍ତି ଟ୍ରକ୍

Advertisment

ଏକ ଗୋମାଂସ ବୋଝେଇ ଟ୍ରକକୁ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରୁ ଗୋଡ଼ାଇ ଗୋଡ଼ାଇ ସିଂଲା ଥାନା ପୁଟୁରା ଛକ ନିକଟରେ କାବୁ କରିବାରେ ସଫଳ ହୋଇଛି ବଜରଙ୍ଗ ଦଳ। ପୁଲିସ ଗୋମାଂସ ତସ୍କରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଚୁପ୍ ରହୁଥିବା ଅଭିଯୋଗ ହୋଇଛି।

ଏକ ଗୋମାଂସ ବୋଝେଇ ଟ୍ରକକୁ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରୁ ଗୋଡ଼ାଇ ଗୋଡ଼ାଇ ସିଂଲା ଥାନା ପୁଟୁରା ଛକ ନିକଟରେ କାବୁ କରିବାରେ ସଫଳ ହୋଇଛି ବଜରଙ୍ଗ ଦଳ। ପୁଲିସ ଗୋମାଂସ ତସ୍କରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଚୁପ୍ ରହୁଥିବା ଅଭିଯୋଗ ହୋଇଛି।

xc

ବସ୍ତା୨: ଗୋମାଂସ ତସ୍କରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଚେର ବାଲେଶ୍ବର ସୋର ଅଞ୍ଚଳରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଥିବା ଦେଖିବାକୁ ମିଳିଛି। ଦୈନନ୍ଦିନ ଏହି ବ୍ୟବସାୟରେ ଲିପ୍ତ ବ୍ୟବସାୟୀ ବିଭିନ୍ନ ଥାନାର ପୁଲିସ  ସହାୟତାରେ ଏହି କଳା କାରବାର ଚଳାଇଥିବା ବେଳେ ଆଜି ଏକ ଟ୍ରକକୁ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରୁ ଗୋଡ଼ାଇ ଗୋଡ଼ାଇ ସିଂଲା ଥାନା ପୁଟୁରା ଛକ ନିକଟରେ କାବୁ କରିବାରେ ସଫଳ ହୋଇଛି ବଜରଙ୍ଗ ଦଳ।

ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ଜାତୀୟ ରାଜପଥ ଉପରେ ପ୍ରହରା ଦେଇଥିଲେ। ଗତକାଲି ଏକ ମିନି ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ କୋଟିପୋଲ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ଗାଡ଼ି ଚାଳକ ଜାଣିପାରି ଚତୁରତା ସହିତ ଗାଡ଼ିକୁ ଦ୍ରୁତ ଗତିରେ ନେଇ ଗାନ୍ଧୀଛକରୁ ଜାତୀୟ ରାଜପଥ ଛାଡ଼ି ବସ୍ତା ବାଲିଆପାଳ ରାସ୍ତାରେ ଯାଇଥିଲେ। ବଜରଙ୍ଗ ଦଳ କର୍ମୀମାନେ ସିଂଲା ଅଞ୍ଚଳର କର୍ମୀଙ୍କୁ ଖବର ଦେବାରୁ ପୁଟୁରା ଛକ ନିକଟରେ ବଜରଙ୍ଗ ଦଳର କର୍ମୀ ଗାଡ଼ି ଅଟକାଉଥିବ ଦେଖି ରାସ୍ତାରେ ଗାଡ଼ି ଛାଡ଼ି ଡ୍ରାଇଭର ଓ ଖଲାସୀ ବିଲ ଭିତରେ ଦଉଡ଼ି ପଳାଇଥିଲେ। ପରେ ବଜରଙ୍ଗ ଦଳର କର୍ମୀ ଉଦ୍ଧାର ଗୋମାଂସ ଭର୍ତ୍ତି ଗାଡ଼ିକୁ ସିଂଲା ଥାନାରେ ଜିମା ଦେଇଥିବା ଜଣାଯାଇଛି। ସିଂଲା ପୁଲିସ ଗାଡ଼ିକୁ ଜବତ ସହିତ ଏହି ଘଟଣାରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଚଳାଇଥିବା ଜଣାଯାଇଛି। ତେବେ ଏହି ଘଟଣା ଆଜି ନୁହେଁ ଦୈନନ୍ଦିନ ଚାଲୁଥିବା ବେଳେ ପୁଲିସ ଗୋମାଂସ ତସ୍କରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଏହି କଳା ସାମ୍ରାଜ୍ୟ ଚଳାଇଥିବା ବଜରଙ୍ଗ ଦଳର କର୍ମୀମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ଦୈନନ୍ଦିନ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ଜାତୀୟ ରାଜପଥ ଉପରେ ପ୍ରହରା ଦେଇଥିଲେ। ଗତକାଲି ଏକ ମିନି ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ କୋଟିପୋଲ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ଗାଡ଼ି ଚାଳକ ଜାଣିପାରି ଚତୁରତା ସହିତ ଗାଡ଼ିକୁ ଦ୍ରୁତ ଗତିରେ ନେଇ ଗାନ୍ଧୀଛକରୁ ଜାତୀୟ ରାଜପଥ ଛାଡ଼ି ବସ୍ତା ବାଲିଆପାଳ ରାସ୍ତାରେ ଯାଇଥିଲେ। ବଜରଙ୍ଗ ଦଳ କର୍ମୀମାନେ ସିଂଲା ଅଞ୍ଚଳର କର୍ମୀଙ୍କୁ ଖବର ଦେବାରୁ ପୁଟୁରା ଛକ ନିକଟରେ ବଜରଙ୍ଗ ଦଳର କର୍ମୀ ଗାଡ଼ି ଅଟକାଉଥିବ ଦେଖି ରାସ୍ତାରେ ଗାଡ଼ି ଛାଡ଼ି ଡ୍ରାଇଭର ଓ ଖଲାସୀ ବିଲ ଭିତରେ ଦଉଡ଼ି ପଳାଇଥିଲେ।

ପରେ ବଜରଙ୍ଗ ଦଳର କର୍ମୀ ଉଦ୍ଧାର ଗୋମାଂସ ଭର୍ତ୍ତି ଗାଡ଼ିକୁ ସିଂଲା ଥାନାରେ ଜିମା ଦେଇଥିବା ଜଣାଯାଇଛି। ସିଂଲା ପୁଲିସ ଗାଡ଼ିକୁ ଜବତ ସହିତ ଏହି ଘଟଣାରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଚଳାଇଥିବା ଜଣାଯାଇଛି। ତେବେ ଏହି ଘଟଣା ଆଜି ନୁହେଁ ଦୈନନ୍ଦିନ ଚାଲୁଥିବା ବେଳେ ପୁଲିସ ଗୋମାଂସ ତସ୍କରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଏହି କଳା ସାମ୍ରାଜ୍ୟ ଚଳାଇଥିବା ବଜରଙ୍ଗ ଦଳର କର୍ମୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe