ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ୱାର୍ଡମେମ୍ବର

ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ୱାର୍ଡମେମ୍ବର। ପଣସା ପଞ୍ଚାୟତର କୌଣସି ଉନ୍ନୟମୂଳକ କାର୍ଯ୍ୟ ହେଉ ନ ଥିବାରୁ ନିର୍ବାଚିତ ୱାଡ ମେମ୍ବରମାନେ ଦୁଃଖ ପ୍ରକାଶ କରି ସରପଞ୍ଚ କୁଳମଣୀ ପରିଡ଼ାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି।

ଯାଜପୁର: ଯାଜପୁର ବ୍ଲକ ପଣସା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ୱାଡ ମେମ୍ବର। ପଣସା ପଞ୍ଚାୟତର କୌଣସି ଉନ୍ନୟମୂଳକ କାର୍ଯ୍ୟ ହେଉ ନ ଥିବାରୁ ନିର୍ବାଚିତ ୱାର୍ଡମେମ୍ବରମାନେ ଦୁଃଖ ପ୍ରକାଶ କରି ସରପଞ୍ଚ କୁଳମଣୀ ପରିଡ଼ାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ପଞ୍ଚାୟତର ୨୦ଜଣ ୱାର୍ଡମେମ୍ବରଙ୍କ ମଧ୍ୟରୁ ୧୭ଜଣ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ଆଣିଛନ୍ତି।

ସୂଚନା ଥାଉକି ପଣସା ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କର ୫ମ ଅର୍ଥ କମିଶନ ଅନୁଦାନ କେନ୍ଦ୍ର ସରକାରଙ୍କର ୧୫ଦଶ ଅର୍ଥ କମିଶନଙ୍କ ଅନୁଦାନ ଓ ମହାତ୍ମା ଗାନ୍ଧିଙ୍କ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ମଜୁର ହୋଇଥିବା ଅର୍ଥକୁ କାର୍ଯ୍ୟ ଜାରି କରାଯାଉନାହିଁ।

publive-image

ବୈଠକରେ ବାରମ୍ଵାର ନିର୍ବାଚିତ ସଭ୍ୟାସଭ୍ୟାମାନେ ଏହି ବିଷୟର ଆଲୋଚନା କଲେ ମଧ୍ୟ ସରପଞ୍ଚ ଏହା ଉପରେ କୌଣସି ଗୁରୁତ୍ତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି। ଏଣୁ ପଞ୍ଚାୟତର ହିତକୁ ଦୃଷ୍ଟିରେ ରଖି ପଞ୍ଚାୟତ ୧୭ଜଣ ସଭ୍ୟ ସଭ୍ୟା ଉପସ୍ଥିତ ରହି ସରପଞ୍ଚ କୁଳମଣୀ ପରିଡାଙ୍କ ବିରୁଦ୍ଧରେ ଉପ ଜିଲାପାଳ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି।

Jajpur  Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe