ଅନାସ୍ଥାରେ ହାରିଗଲେ କଲମପୁର ବ୍ଲକ ଅଧ୍ୟକ୍ଷା

Advertisment

ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତିରେ ସାମିଲ ଥିବା ନେଇ ୧୯ଜଣ ସମିତି ସଭ୍ୟ ଓ ସରପଞ୍ଚ ତାଙ୍କ ବିରୁଦ୍ଧରେ ଗତ ମାର୍ଚ୍ଚ ୧୦ ତାରିଖ ଦିନ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପାଇଁ ଲିଖିତ ଅଭିଯୋଗ କରିଥିଲେ।

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ଭୋଟ୍‌ ହୋଇଛି। ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତିରେ ସାମିଲ ଥିବା ନେଇ ୧୯ଜଣ ସମିତି ସଭ୍ୟ ଓ ସରପଞ୍ଚ ତାଙ୍କ ବିରୁଦ୍ଧରେ ଗତ ମାର୍ଚ୍ଚ ୧୦ ତାରିଖ ଦିନ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପାଇଁ ଲିଖିତ ଅଭିଯୋଗ କରିଥିଲେ।

publive-image

ଏଥିପାଇଁ ପ୍ରଶାସନ ପକ୍ଷରୁ ଆଜି ଦିନଧାର୍ଯ କରାଯାଇଥିବା ବେଳେ ବ୍ଲକର ୨୧ ଜଣ ସମିତି ସଭ୍ୟ ଓ ସରପଞ୍ଚ ଏବଂ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ଅନାସ୍ଥା ଭୋଟରେ ଅଂଶ ଗ୍ରହଣ କରିଥିଲେ। ଅନାସ୍ଥା ସପକ୍ଷରେ ୨୧ ଭୋଟ ପଡିଥିବା ବେଳେ ଗୋଟାଏ ଭୋଟ ରିଜେକ୍ଟ ହୋଇଥିଲା। ଅତିରିକ୍ତ ଉପଜିଲ୍ଲାପାଳ ଧର୍ମଗଡ଼ ଅଜୟ କୁମାର ତିର୍କୀ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ଥିଲେ।

 Kalahandi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe