ଆନ୍ଧ୍ରରୁ ଚାଲାଣ ହେଉଥିଲା କଇଁଛ, ମୋଟୁରେ ଧରିଲା ବନବିଭାଗ

ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ଦ୍ୱାରା ବିପୁଳ ପରିମାଣର କଇଁଛ ଜବତ ହୋଇଛି। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମୋଟୁ ନିକଟରୁ ଆଜି ସନ୍ଧ୍ୟାରେ ୧୦୭୮ଟି କଇଁଛ ଜବତ ହୋଇଥିବାର ଜଣାପଡ଼ିଛି।

Kalimela

କାଲିମେଳା: ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ଦ୍ୱାରା ବିପୁଳ ପରିମାଣର କଇଁଛ ଜବତ ହୋଇଛି। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମୋଟୁ ନିକଟରୁ ଆଜି ସନ୍ଧ୍ୟାରେ ୧୦୭୮ଟି କଇଁଛ ଜବତ ହୋଇଥିବାର ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶରୁ ମାଲକାନଗିରି ଜିଲ୍ଲାକୁ ଏକ ବୋଲରୋରେ ଚୋରାରେ ଏହି ସବୁ କଇଁଛ ଆସୁଥିଲା। ଗାଡ଼ି ଭିତରେ ୨୫ଟି ଜରି ବ୍ୟାଗ ଭିତରେ ଲୁଚେଇ ରଖା ଯାଇଥିଲା ଏହି ସବୁ କଇଁଛ। ଏହି କଇଁଛ ଚାଲାଣରେ ସମ୍ପୃକ୍ତ ମୁଖ୍ୟ ଆସାମୀ ସୁକୁମାର ତରଫଦାରଙ୍କ ସମେତ ୩ ଜଣକୁ ଗିରଫ କରିଛି ମୋଟୁ ବନ ବିଭାଗ।ଜବତ କଇଁଛର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ କହିଛି।

ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ଥିବାରୁ ବେପାରୀମାନେ ଚୋରାରେ ଗଳାବାଟ ଦେଇ ଜିଲ୍ଲାର ବିଭିନ୍ନ ଅଂଚଳରେ କଇଁଛ ବିକ୍ରି କରି ଆସୁଛନ୍ତି। ଜବତ କଇଁଛ ସୁରକ୍ଷିତ ଭାବରେ ଜଳାଶୟରେ ଛାଡ଼ିଦିଆ ଯିବ ବୋଲି ସୂଚନା ମିଳିଛି।

Malkangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe