ଭଦ୍ରକରେ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

Advertisment

ଭଦ୍ରକ ସହରର ମହତାବ ଛକରେ ଟାଉନ ଥାନା ପୁଲିସ ଚଢ଼ାଉ କରି ୨ ଜଣଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ୧୬.୬୩  ଗ୍ରାମ ବ୍ରାଉସୁଗାର ଜବତ କରିଛି। ଉଭୟ ଅଭିଯୁକ୍ତ ଯାଜପୁର ଓ ଭଣ୍ଡାରିପୋଖରୀ ଅଞ୍ଚଳର ହୋଇଥିବା ବେଳେ ସେମାନେ ଭଦ୍ରକର ବିଭିନ୍ନ ସ୍ଥାନକୁ ବ୍ରାଉସୁଗାର ପହଞ୍ଚାଉଥିବା ଜଣାପଡ଼ିଛି।

arrest

ଭଦ୍ରକ: ଭଦ୍ରକ ସହରର ମହତାବ ଛକରେ ଟାଉନ ଥାନା ପୁଲିସ ଚଢ଼ାଉ କରି ୨ ଜଣଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ୧୬.୬୩  ଗ୍ରାମ ବ୍ରାଉସୁଗାର ଜବତ କରିଛି। ଉଭୟ ଅଭିଯୁକ୍ତ ଯାଜପୁର ଓ ଭଣ୍ଡାରିପୋଖରୀ ଅଞ୍ଚଳର ହୋଇଥିବା ବେଳେ ସେମାନେ ଭଦ୍ରକର ବିଭିନ୍ନ ସ୍ଥାନକୁ ବ୍ରାଉସୁଗାର ପହଞ୍ଚାଉଥିବା ଜଣାପଡ଼ିଛି। ଘଟଣାରେ ଅଭିଯୁକ୍ତ ବ୍ୟବହୃତ ବାଇକ୍‌, ତିନୋଟି ଫୋନ ସହିତ କିଛି ଟଙ୍କା ମଧ୍ୟ ଜବତ କରିଛି। ଉଭୟଙ୍କୁ ପୁଲିସ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। 

ସେହିପରି ଶିକ୍ଷାନୁଷ୍ଠାନ ନିକଟରେ ତମ୍ବାକୁ ଓ ସିଗାରେଟ ବିକ୍ରି ଅଭିଯୋଗରେ ପୁଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଭଦ୍ରକ ସହରାଞ୍ଚଳ ଥାନା ପୁଲିସ ମାରାଥନ ରେଡ କରିଛି। ଭଦ୍ରକ କଲେଜ, ଜିଲ୍ଲା ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଗୁଟକା, ସିଗାରେଟ ଓ ଅନ୍ୟ ତାମ୍ବାକୁ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ଉ ହୋଇଛି। ୧୦ ଗୋଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ୍ ସହ ସର୍ବସାଧାରଣଙ୍କ ସମ୍ମୁଖରେ ସେ ଗୁଡ଼ିକୁ ନଷ୍ଟ କରାଯାଇଛି। ଏହି ୧୦ ଦୋକାନୀଙ୍କ ନାମରେ ମାମଲା ରୁଜୁ ହେବା ସହ ଜରିମାନା କରାଯିବ ବୋଲି ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି। ଏହି ଚଢ଼ଉ ଲଗାତାର ଭାବେ କରାଯିବ ସହ ଜରିମାନା ଲଗାଯିବ ବୋଲି ସୂଚନା ଦେଇଛି ପୁଲିସ। 

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe