ଦୁଇ ବାଇକ୍‌ ଆରୋହୀଙ୍କୁ ଚାପିଦେଲା ଯାତ୍ରୀବାହୀ ବସ୍‌; ଘଟଣାସ୍ଥଳରେ ଚାପା ଉତ୍ତେଜନା

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଧୀନ ସିରିଆପାଲି ଛକରେ ଆଜି ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଶକ୍ତ ଧକ୍କା ଦେଇଛି। ଦୁର୍ଘଟଣାର ସାମ୍ନା କରିଥିବା ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। 

ଅଦ୍ୟତନ ହୋଇଛି
Accident in Kolabira

Accident in Kolabira Photograph: (sambad.in)

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଧୀନ ସିରିଆପାଲି ଛକରେ ଆଜି ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଶକ୍ତ ଧକ୍କା ଦେଇଛି। ଦୁର୍ଘଟଣାର ସାମ୍ନା କରିଥିବା ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମନୋଜ ମେହେର ଓ ସୁଶାନ୍ତ ମେହେର। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚିପିଲିମା  ନିକଟ କରଡୋଲା ଗାଁର ମନୋଜ ମେହେର ଓ ସୁଶାନ୍ତ ମେହେର କୌଣସି କାମରେ ଆଜି ଏକ ବାଇକରେ ବାହାରିଥିଲେ। ସେମାନଙ୍କୁ ଆଜି ସନ୍ଧ୍ୟାରେ କୁଚିଣ୍ଡା ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌ ଧକ୍କା ଦେଇଥିଲା। ଏଥିରେ ଉଭୟଙ୍କର ମୃତ୍ୟୁ ଘଟିଛି। 

ସୂଚନା ଅନୁସାରେ ଝାରସୁଗୁଡ଼ା ପାର୍ଶ୍ବରୁ ଏକ ଘରୋଇ ଯାତ୍ରୀବାହୀ ‘ଜୟମାତାଦୀ’ ଆଜି ସନ୍ଧ୍ୟାରେ କୁଚିଣ୍ଡା ଅଭିମୁଖେ ଆସୁଥିଲା। ଏହି ବସ୍‌ଟି ଏକ ଟ୍ରକ୍‌କୁ ସିରିଆପାଲି ଛକ ଠାରେ ଓଭରଟେକ କରୁଥିଲା। ବିପରୀତ ପାର୍ଶ୍ବରୁ ଯାଉଥିବା ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚିପିଲିମା  ନିକଟ କରଡୋଲା ଗାଁର ମନୋଜ ମେହେର ଓ ସୁଶାନ୍ତ ମେହେରଙ୍କ ଉପରେ ବସ୍‌ଟି ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ସଂପର୍କିତ ସୂଚନା ପାଇ କୋଲାବିରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଜଣଙ୍କର ମୃତଦେହ ଜବତ କରିଥିବା ବେଳେ ଅନ୍ୟ ଗୁରୁତର ବ୍ୟକ୍ତିଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବସ୍‌ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଆସନ୍ତାକାଲି ଦୁଇ ଶବ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

Accident | Jharsuguda 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe