ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପୁଣି ଦେଖିବାକୁ ମିଳିଛି ଦାଦନ ଦୁଃଖ।ଗାଁରେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ଗାଡି ଲେଉଟି ଯିବା ଯୋଗୁଁ ଘଟଣା ସ୍ଥଳରେ ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।
ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଟେକରପାଣି ଗ୍ରାମର ଅର୍ଜୁନ ସାନ୍ତା(୨୨),କର୍ପଣଧରା ଗ୍ରାମର ଲଛ ସାନ୍ତା(୫୦) ଏବଂ ଭାଲୁଡଙ୍ଗରି ଗ୍ରାମର ବନ୍ଧୁ ସାନ୍ତା(୨୧) ସହ ଅନ୍ୟ ମାନେ ୧୫ ଦିନ ତଳେ ଦାଦନ ଖଟିବା ପାଇଁ ମହାରାଷ୍ଟ୍ର ଯାଇଥିଲେ।ସେଠାରେ ନଳକୂପ ଗାଡ଼ିରେ ବୁଲି ବୁଲି ନୂତନ ନଳକୂପ ଖନନ କାର୍ଯ୍ୟ କରୁଥିଲେ।
ତେବେ ଆଜି ଦିନ ୯ ଘଣ୍ଟା ସମୟରେ ଓରଙ୍ଗାବାଡ଼ ନିକଟରେ ନଳକୂପ ଗାଡି ଲେଉଟି ପଡିବାରୁ ଘଟଣା ସ୍ଥଳରେ ଲଛ ସାନ୍ତା ଏବଂ ବନ୍ଧୁ ସାନ୍ତାଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅର୍ଜୁନ ସାନ୍ତାଙ୍କ ମୁଣ୍ଡରେ ପ୍ରବଳ ଆଘାତ ହୋଇଥିବା ସୂଚନା ମିଳିଛି।ଘଟଣା ନେଇ ସାଥି ହୋଇ ଯାଇଥିବା ଶ୍ରମିକ ମାନେ ବନ୍ଧୁଙ୍କ ବଡ଼ ଭାଇ ଭୀମ ସାନ୍ତଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ପରେ ପରିବାର ଲୋକ ତୁରନ୍ତ ମହାରାଷ୍ଟ୍ର ଯାଇଥିଲେ।ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମର ଶରୀର ନିଜ ନିଜ ଗ୍ରାମକୁ ଫେରିବ ବୋଲି ସୂଚନା ମିଳିଛି।
Nabarangpur
Follow Us