ସାନଭାଇକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ବଡ଼: କେନାଲରେ ୨ ମୃତ

Advertisment

ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଓଉଖମା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଦୁଃଖଦ ଘଟଣାl ଗ୍ରାମ ଠାରୁ ଅଳ୍ପ ଦୂରରେ ଥିବା ରେଙ୍ଗାଲି କେନାଲରେ ଆଜି ସନ୍ଧ୍ୟାରେ ଦୁଇ ଭାଇ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି l

ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଓଉଖମା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଦୁଃଖଦ ଘଟଣାl ଗ୍ରାମ ଠାରୁ ଅଳ୍ପ ଦୂରରେ ଥିବା ରେଙ୍ଗାଲି କେନାଲରେ ଆଜି ସନ୍ଧ୍ୟାରେ ଦୁଇ ଭାଇ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି l

Two brothers drawn in canel.

Two brothers drawn in canel. Photograph: (sambad.in)

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଓଉଖମା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଦୁଃଖଦ ଘଟଣାl ଗ୍ରାମ ଠାରୁ ଅଳ୍ପ ଦୂରରେ ଥିବା ରେଙ୍ଗାଲି କେନାଲରେ ଆଜି ସନ୍ଧ୍ୟାରେ ଦୁଇ ଭାଇ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି l ମୃତକ ଦୁଇ ଜଣ ହେଲେ ଓଉଖମା ଗ୍ରାମର ଲାଲା ସାହୁଙ୍କ ଦୁଇ ପୁଅ ଓମ (୧୭) ଓ ସୋମ (୧୫)l 

ମିଳିଥିବା ସୂଚନା ଅନୁଯାୟୀ ସଦର ଥାନା ଓଉଖମା  ଗ୍ରାମ ମଝୀସାହିର ଲାଲା ସାହୁଙ୍କ ଦୁଇ ପୁଅ ଓମ ଓ ସୋମ  ଅସହ୍ୟ ଗୁଳୁଗୁଳି ପାଇଁ ଅପରାହ୍ନରେ ଗ୍ରାମ ଠାରୁ ଅଳ୍ପ ଦୂରରେ ସରାକପାଟଣା ଗ୍ରାମ ନିକଟ ଦେଇ ଯାଇଥିବା ରେଙ୍ଗାଲି କେନାଲ ହୁଡାରେ ବସିଥିଲେ।

ତେବେ କୌଣସି କାରଣରୁ ସାନଭାଇ କେନାଲରେ ଖସିପଡ଼ି ଭାସି ଯାଉଥିବାରୁ ତାକୁ ବଡ଼ଭାଇ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେl ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେl ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେl ମୃତକ ଓମ ଢେଙ୍କାନାଳ ସିନର୍ଜି ଇଞ୍ଜିନିଅରିଂ କଲେଜରେ ଛାତ୍ର ଥିଲେ। ସୋମ ସ୍ଥାନୀୟ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେl

Dhenkanal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe