ଦୁର୍ଘଟଣାରେ ହେମାନନ୍ଦଙ୍କ ପତ୍ନୀ-ଝିଅ ଗୁରୁତର; ବର୍ତ୍ତିଲେ ଦୁଇ ପୂର୍ବତନ ବିଧାୟକ

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ବାଳ(୭୬) ଓ ଝିଅ ଅନିତା ବିଶ୍ବାଳ(୩୮) ଏକ ସଡ଼କ ଦୁର୍ଘଟଣାରେ ଗୁୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରୁ ପୂର୍ବତନ ବିଧାୟକ ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Angul accident

Angul cars accident Photograph: (sambad.in)

ଅନୁଗୁଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ବାଳ(୭୬) ଓ ଝିଅ ଅନିତା ବିଶ୍ବାଳ(୩୮) ଏକ ସଡ଼କ ଦୁର୍ଘଟଣାରେ ଗୁୁରୁତର ହୋଇଛନ୍ତି। ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳକୁ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ଥାନ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣା ପରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅପରପକ୍ଷରେ ଏହି ଦୁର୍ଘଟଣାରୁ ପୂର୍ବତନ ବିଧାୟକ ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ବଲପୁର ପଟରୁ ଅନୁଗୁଳ ଆଡ଼କୁ ଜାତୀୟ ରାଜପଥରେ ପୂର୍ବତନ ବିଧାୟକ ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀ ଏକ କାର୍(ଓଡି-୦୫-ବିିଜେଡ୍-୪୦୪୦)ରେ ଆସୁଥିଲେ। ସାଢ଼େ ୫ଟା ବେଳକୁ ହଣ୍ଡପା ବଜାର ଅତିକ୍ରମ କରିବା ସମୟରେ ତାଙ୍କ ଗାଡ଼ିକୁ ପଛରେ ଧକ୍କା ଦେଇଥିଲା ଅନ୍ୟ ଏକ କାର୍(ଓଡି-୨୩-ଏନ୍-୫୨୨୫)। ଏହି କାର୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରିବାର ସଦସ୍ୟ ଥିଲେ।

ଦୁର୍ଘଟଣାରେ ହେମାନନ୍ଦ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ବାଳଙ୍କ ମୁଣ୍ଡ ଫାଟିଥିଲା ବେଳେ ଛାତି ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ସେହିପରି ଝିଅ ଅନିତା ବିଶ୍ବାଳଙ୍କ ଛାତି ଓ ଗୋଡ଼ରେ ଆଘାତ ଲାଗିଛି। ଗାଡ଼ିରେ ହେମାନନ୍ଦଙ୍କ ନାତୁଣୀ ଥିଲେ ମଧ୍ୟ ତାଙ୍କୁ ବିଶେଷ କ୍ଷତି ହୋଇନି।

ଦୁର୍ଘଟଣାରେ ହେମାନନ୍ଦ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ବାଳଙ୍କ ମୁଣ୍ଡ ଫାଟିଥିଲା ବେଳେ ଛାତି ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ସେହିପରି ଝିଅ ଅନିତା ବିଶ୍ବାଳଙ୍କ ଛାତି ଓ ଗୋଡ଼ରେ ଆଘାତ ଲାଗିଛି। ଗାଡ଼ିରେ ହେମାନନ୍ଦଙ୍କ ନାତୁଣୀ ଥିଲେ ମଧ୍ୟ ତାଙ୍କୁ ବିଶେଷ କ୍ଷତି ହୋଇନି। ଉଭୟଙ୍କୁ ପୁଲିସ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। 

ଏଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଆଗ ଗାଡ଼ିରେ ଥିବା ପୂର୍ବତନ ବିଧାୟକ ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଉଭୟ ଅନ୍ୟ ଏକ କାରରେ ଭୁବନେଶ୍ବର ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe