ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାମଗିରି ନିକଟ ତୁଳସୀନଗରରେ ରବିବାର ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ। ପରିବାରର ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ମୃତକମାନଙ୍କର ବୟସ ୫ ଓ ୩ ବର୍ଷ। ‌‌ସେମାନଙ୍କର ପରିଚୟ ମିଳିପାରି ନାହିଁ।

Advertisment

ଅଭିଯୋଗ ଅନୁସାରେ ରାମଗିରି ନିକଟ ତୁଳସୀନଗରରେ ଏକ ପରିବାରର ଲୋକେ ଅଙ୍ଗନବାଡ଼ି ଛତୁଆ ଖାଇଥିଲେ। ଛତୁଆ ଖାଇଲା ପରେ ସେମାନେ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ରାମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ୨ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରର ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। 

ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଶିଶୁକନ୍ୟାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। 

Health | Child dead | Gajapati

ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।