ବଜ୍ରପାତରେ ଛେଳି ଚରାଳି ମହିଳା, ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ

କାଳବୈଶାଖୀ ଯୋଗୁଁ ରବିବାର ସନ୍ଧ୍ୟାରେ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ସହିତ ବଜ୍ରପାତ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ଛେଳି ଚରାଳି ମହିଳା ଓ ଟ୍ରାକ୍ଟର ଚାଳକ ଯୁବକ ଅଛନ୍ତି।

ଅଦ୍ୟତନ ହୋଇଛି
Lightning in Odisha

Lightning in Odisha Photograph: (sambad.in)

ଭୁବନେଶ୍ବର: କାଳବୈଶାଖୀ ଯୋଗୁଁ ରବିବାର ସନ୍ଧ୍ୟାରେ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ସହିତ ବଜ୍ରପାତ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ଛେଳି ଚରାଳି ମହିଳା ଓ ଟ୍ରାକ୍ଟର ଚାଳକ ଯୁବକ ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳିପାରି ନାହିଁ। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ଅନେକ ଜିଲ୍ଲାକୁ କାଳବୈଶାଖୀଜନିତ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଦେଇଛି। କାଳବୈଶାଖୀ କାରଣରୁ ଆଗାମୀ ତିନିଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କଳାବୈଶାଖୀ ଯୋଗୁଁ ବର୍ଷା ଓ ବଜ୍ରପାତ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ତୁଷ୍ଟାପାଲିରେ ମହିଳା ଛେଳି ଚରାଉଥିବା ଜଣେ ମହିଳା ଶିକାର ହୋଇଥିଲେ।

Tractor accident
Tractor accident Photograph: (sambad.in)

ସେହିପରି ବେଲପଡା ବ୍ଲକ ସରମୁହାଣରେ ରହୁଥିବା ଗଙ୍ଗାଧର ଧରୁଆ ନାମକ ଜୈନିକ ଯୁବକ ନିକଟସ୍ଥ ବାଗଦୋର ଠାରେ ଥିବା ଜମିକୁ ତେଲୁଗୁ ସମ୍ପ୍ରଦାୟର ଲୋକର ଟ୍ରାକ୍ଟର ନେଉ ଯାଇଥିଲା।  କିଛି ସମୟ ପୂର୍ବରୁ କାଳବୈଶାଖୀ ହୋଇଥିଲା। ଏଥିରେ ପବନ ବହିବା ସହ ବଜ୍ରପାତ ଓ କିଛି ବର୍ଷା ହୋଇଥିଲା। ଏଥିରେ ଗଙ୍ଗାଧରଙ୍କ ମ୍ରୁତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନ ଘଟଣାସ୍ଥଳରେ ମୃତଦେହ ପଡିଥିବା ଜଣାପଡ଼ିଛି।  

Balangir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe