ନିମାପଡ଼ା ହେବ ସରସ, ସୁନ୍ଦର ଏବଂ ଉତ୍କର୍ଷ ବିଧାନସଭାକ୍ଷେତ୍ର: ରାଜ୍ୟପାଳ

ଉତ୍କର୍ଷ ନିମାପଡା ୨୦୨୫ର ମୂଳଲକ୍ଷ୍ୟ ହେଉଛି ଉତ୍କର୍ଷ ଗ୍ରାମ, ସୁସ୍ଥ ନିମାପଡା, ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ, ପର୍ଯ୍ୟଟନ, ଶିଳ୍ପ ଅଭିବୃଦ୍ଧି, ଅପରାଧ ରହିତ ନିମାପଡା, ସ୍ମାର୍ଟ ନିମାପଡା ପରି ୧୧ଗୋଟି ବିଷୟକୁ ଗୁରୁତ୍ଵ ଦିଆଯିବ।

ବାମନାଳ: ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ୨ଦିନଆ ଉତ୍କର୍ଷ ନିମାପଡ଼ା-୨୦୨୫ ସମ୍ମିଳନୀକୁ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଉଦ୍‌ଘାଟନ କରିଛନ୍ତି। ଏହି ସମାରୋହରେ ରାଜ୍ୟପାଳ ପ୍ରଥମେ ଉତ୍କର୍ଷ ନିମାପଡ଼ା' ସମ୍ମିଳନୀର ଶୁଭାରମ୍ଭ ଅବସରରେ ପି ଏମ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ସେନାର ସମ୍ମାନାର୍ଥେ ‘ଏକ ପେଡ୍ ସେନା କେ ନାମ୍ ନାରାରେ ବୃକ୍ଷ ରୋପଣ କରିଥିଲେ। ରାଜ୍ୟପାଳ ନୂଆ ବାରବାଟୀ ପଡ଼ିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଶୁଭ ଉଦ୍‌ଘାଟନରେ ଯୋଗଦେଇ ଥିଲେ। ସେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସାମଗ୍ରୀ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ଷ୍ଟଲ ଗୁଡିକ ବୁଲି ଦେଖିଥିଲେ। ସ୍ୱାସ୍ଥ୍ୟର ମାନ ବଢାଇବା ସହ ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଦିଗରେ ଉତ୍କର୍ଷ ନିମାପଡ଼ା ୨୦୨୫ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ହେବା ସହିତ ୧୪୭ ବିଧାନସଭାକ୍ଷେତ୍ର ମଧ୍ୟରେ ନିମାପଡ଼ା ହେବ ସରସ, ସୁନ୍ଦର ଏବଂ ଉତ୍କର୍ଷ ବିଧାନସଭାକ୍ଷେତ୍ର ହେବ ବୋଲି ରାଜ୍ୟପାଳ କହିଥିଲେ।

ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ବିକଶିତ ନିମାପଡା ଗଠନ ନିମନ୍ତେ ଏହାହିଁ ପ୍ରଥମ ପାହାଚ ବୋଲି କହିଥିଲେ। ଏହା ଦ୍ବାରା ନିମାପଡା ସାମଗ୍ରିକ ଓ ଦୀର୍ଘସ୍ଥାୟୀ ହେବା ସହ ଆର୍ଥିକ ଅଭିବୃଦ୍ଧିକୁ ତ୍ଵରାନିତ କରିବା ଏବଂ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ମାନବଢାଇବା ଦିଗରେ ସହାୟକ ହେବ। ସେହିପରି ଶିଳ୍ପ ଅଭିବୁଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ବିକଶିତ ନିମାପଡା ତଥା ବିକଶିତ ଗଠନର ସ୍ବପ୍ନକୁ ସାକାର କରିବା ସହ ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଉତ୍କର୍ଷ ନିମାପଡା ୨୦୨୫ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ।

ଶ୍ରୀମତୀ ପରିଡ଼ା କହିଥିଲେ ଉତ୍କର୍ଷ ନିମାପଡା ୨୦୨୫ର ମୂଳଲକ୍ଷ୍ୟ ହେଉଛି ଉତ୍କର୍ଷ ଗ୍ରାମ, ସୁସ୍ଥ ନିମାପଡା, ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ, ପର୍ଯ୍ୟଟନ, ଶିଳ୍ପ ଅଭିବୃଦ୍ଧି, ଅପରାଧ ରହିତ ନିମାପଡା, ସ୍ମାର୍ଟ ନିମାପଡା ପରି ୧୧ଗୋଟି ବିଷୟକୁ ଗୁରୁତ୍ଵ ଦିଆଯିବ। ଉତ୍କର୍ଷ ନିମାପଡା ରେ ଜନପ୍ରତିନିଧି, ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ, ଇଣ୍ଡଷ୍ଟ୍ରି ଏକ୍ସପର୍ଟଙ୍କ ମତାମତକୁ ନେଇ ହେବ ଉତ୍କର୍ଷ ନିମାପଡା @୨୦୩୬ ରୋଡ ମ୍ୟାପ।

publive-image

ଓଡ଼ିଶା ପ୍ରଦେଶ ଗଠନରେ ଶତବାର୍ଷିକ (୨୦୩୬) ସୁଦ୍ଧା ବିକଶିତ ଓଡ଼ିଶାର ସ୍ଵପ୍ନ ସାକାର ପାଇଁ ବିଜେପି ସରକାରର ଗୁରୁଦାୟିତ୍ଵ। ଓଡିଶାକୁ ଏକ ସମୁଦ୍ଧ ଓ ଶିଳ୍ପୋନିତ ରାଜ୍ୟ ଭାବେ ଗଢିତୋଳିବାକୁ ଡବଲ ଇଞ୍ଜିନ ସରକାର ପ୍ରୟାସ ଜାରିରଖିଥିବା ସହ ପ୍ରତି ଗାଁ ପ୍ରତି ସହର ପ୍ରତି ନିର୍ବାଚନ ମଣ୍ଡଳୀ ବିକଶିତ ହେଲେ ହିଁ ବିକଶିତ ଓଡିଶା ସମ୍ଭବ ହେବ। ଏହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ପ୍ରଥମ ଥର ନିମାପଡା ଠାରେ ଆୟୋଜିତ ହେଇଚି ଉତ୍କର୍ଷ ନିମାପଡା ୨୦୨୫। 

-ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମହାପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ୍ ମହାନ୍ତି, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ଵାଇଁ, ଜିଲ୍ଲା ଆରକ୍ଷୀ ଅଧିକାରୀ ବିନିତ୍ ଅଗ୍ରୱାଲ, ବ୍ଲକ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ମିଶନ ଶକ୍ତିର ମୁଖ୍ୟ ମନିଷା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପୁରୀ ଜିଲ୍ଲା ଲୋକସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe