Two days Odisha Tour of Dharmendra Pradhan Photograph: (sambad.in)
ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିହାରରେ ଏନ୍ଡିଏ ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସୁଥିବା ହେତୁ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ ଦିଆଯାଇଛି। ଶହ ଶହ ବିଜେପି କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ପାରମ୍ପରିକ ନୃତ୍ୟବାଦ୍ୟରେ ତାଙ୍କୁ ସ୍ବାଗତ କରିଛନ୍ତି ଦଳୀୟ ନେତା। ବିମାନବନ୍ଦରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ଟଙ୍କଧର ତ୍ରିପାଠୀ, ଗୋଲେକ ମହାପାତ୍ର, ପିଙ୍କି ପ୍ରଧାନ, ତେଜେଶ୍ବର ପରିଡ଼ା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ଏଠାରୁ ସେ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ତାପରେ ସେ କଟକରେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଣେ ଭଦ୍ରକରେ ବି ତାଙ୍କର କାର୍ଯ୍ୟକ୍ରମ ରହିଛି।
ସେପ୍ଟେମ୍ବରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ଦାୟିତ୍ୱରେ ରଖାଯାଇଥିଲା
ସୂଚନାଯୋଗ୍ୟ, ବିହାରରେ ଏନ୍ଡିଏକୁ ୨୦୨ ଆସନ ସହ ସ୍ପଷ୍ଟ ଓ ପ୍ରବଳ ବହୁମତ ମିଳିଛି। ୩୫ ଆସନ ଭିତରେ ମହାମେଣ୍ଟ ସୀମିତ ରହିଛି। ଏହି ସଫଳତା ପଛରେ କେବଳ ନୀତୀଶ କୁମାରଙ୍କ ଯୋଜନା ନାହିଁ, ବରଂ ବିଜେପିର ସୁପରିକଳ୍ପିତ ରଣନୀତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମୋଦୀ-ନୀତୀଶ ଯୋଡ଼ି ଏପରି ପରିବେଶ ସୃଷ୍ଟି କଲେ ଯେ, ଏନ୍ଡିଏର ପୁରୁଣା ‘ଚମକ’ ଫେରି ଆସିଲା। ତେବେ ଏହି ଧାରା ମଧ୍ୟରେ ଦ୍ରୁତ ଗତିରେ ଉଭା ହେଉଥିବା ଗୋଟିଏ ନାମ ହେଉଛି ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ଏହି ପ୍ରମୁଖ ନିର୍ବାଚନ ରଣନୀତିଜ୍ଞ ତଥା କେନ୍ଦ୍ରମନ୍ତ୍ରୀ ବିହାରରେ ଦଳକୁ ନୂତନ ଶିଖରକୁ ନେଇଛନ୍ତି। ସେପ୍ଟେମ୍ବର ମାସରେ ତାଙ୍କୁ ବିହାର ଦାୟିତ୍ୱରେ ରଖାଯାଇଥିଲା।
ଆହୁରି ପଢ଼ନ୍ତୁ: Father Killed Daughter: ପୁଅ ଆଶାରେ ଦେଢ଼ ବର୍ଷର ଝିଅକୁ ନଦୀରେ ଫିଙ୍ଗିଦେଲା ବାପା
ବିହାର ଓ ଧର୍ମେନ୍ଦ୍ର ପ୍ରଧାନ
ବିହାର ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କର ଗଭୀର ଓ ପୁରୁଣା ସମ୍ପର୍କ ରହିଛି। ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ ଏଠାକାର ରାଜନୀତି ଏବଂ ବିଜେପି ସଂଗଠନ ସହିତ ଗଭୀର ଭାବରେ ଜଡିତ ଥିଲେ। ଏହି ସମୟ ମଧ୍ୟରେ ସେ ଦଳ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ଏବଂ ସଂଗଠନକୁ ମଜବୁତ କରିବାରେ ସହଯୋଗ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ସର୍ବଦା ଦୃଢ଼ ରହିଛି।
ଆହୁରି ପଢ଼ନ୍ତୁ: Puri Stamped: ପୁରୀ ରଥଯାତ୍ରା ଦଳାଚକଟା ମାମଲା: କଂଟ୍ରୋଲ୍ ରୁମ୍ ଦାୟିତ୍ବରେ ଥିବ ଏସିଏଫ୍ଙ୍କୁ ନୋଟିସ୍
ଉଲ୍ଲେଖଯୋଗ୍ୟ, ଧର୍ମେନ୍ଦ୍ର ପ୍ରଧାନ ଓବିସି ସମ୍ପ୍ରଦାୟରୁ ଆସିଛନ୍ତି, ଯାହାକୁ ଦୀର୍ଘ ଦିନ ଧରି ନୀତୀଶ କୁମାରଙ୍କ ଅନ୍ୟତମ ମୁଖ୍ୟ ଭୋଟ୍ ବ୍ୟାଙ୍କ ଭାବରେ ବିବେଚନା କରାଯାଏ। ଏହି କାରଣରୁ ତାଙ୍କର ସାମାଜିକ ପୃଷ୍ଠଭୂମି ବିଜେପି ଓ ଜେଡିୟୁ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିଛି, ଯାହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ।
ନିର୍ବାଚନ ରଣନୀତିକାର ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ରେକର୍ଡ
ପଶ୍ଚିମବଙ୍ଗ ୨୦୨୧
ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେବଳ ନନ୍ଦିଗ୍ରାମ ଆସନର ଦାୟିତ୍ୱ ଦିଆଯାଇଥିଲା, ଯେଉଁଠାରେ ମମତା ବାନାର୍ଜୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ଉତ୍ତରାଖଣ୍ଡ ୨୦୧୭ ଓ ୟୁପି ୨୦୨୨
ଉତ୍ତରାଖଣ୍ଡ ଓ ୟୁପିରେ ବିଜେପିର ଦୃଢ଼ ପ୍ରତ୍ୟାବର୍ତ୍ତନ କରିବାରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।
ଓଡ଼ିଶା ୨୦୨୪
ବିଜେଡିକୁ ପରାସ୍ତ କରି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଥିଲା, ଯେଉଁଥିରେ ପ୍ରଧାନଙ୍କ ରଣନୀତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା।
ହରିୟାଣା ୨୦୨୪
ହରିୟାଣାରେ ଶାସନ ବିରୋଧୀ ଲହର ଏବଂ ଅନେକ ଆହ୍ବାନ ସତ୍ତ୍ବେ ବିଜେପିର ପ୍ରତ୍ୟାବର୍ତ୍ତନ ଯୋଜନା ଚମତ୍କାର ଭାବେ କାମ କରିଛି।
Follow Us