ଅଜଣା ପିକ୍‌ଅପ୍‌ ଧକ୍କାରେ ୨ ମୃତ, ଜଣେ ଗୁରୁତର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କଦଳିମୁଣ୍ଡା ନିକଟରେ ଏକ ବାଇକ୍‌କୁ ଅଜଣା ପିକ୍‌ଅପ୍‌ ଧକ୍କା ହେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣକର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଲୋକ ଗୁରୁତର ହୋଇଛନ୍ତି। 

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କଦଳିମୁଣ୍ଡା ନିକଟରେ ଏକ ବାଇକ୍‌କୁ ଅଜଣା ପିକ୍‌ଅପ୍‌ ଧକ୍କା ହେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣକର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଲୋକ ଗୁରୁତର ହୋଇଛନ୍ତି। 

ସୂଚନା ଅନୁସାରେ କାନ୍ଦୁଳଡ଼ଙ୍ଗରି ଗାଁର ଶ୍ରୀକାନ୍ତ ଅଘରିଆ, ଶୁଭାସିନି ଅଘରିଆ ଏବଂ ଅରକ୍ଷିତ ଅଘରିଆ ଏକ ବାଇକ୍‌ (ଓଡି ୦୮ ଏସ ୨୨୦୦)ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ପରେ ନିଜ ଗାଁକୁ ଫେରିବା ସମୟରେ ଏକ ଅଜଣା ପିକ୍‌ଅପ୍‌  ଧକ୍କାରେ  ଘଟଣାସ୍ଥଳରେ ସୁଭାସିନି ଅଘରିଆଙ୍କ ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ସହଯୋଗରେ ଶ୍ରୀକାନ୍ତ ଅଘରିଆ ଏବଂ ଅରକ୍ଷିତ ଅଘରିଆଙ୍କୁ ଚିକିତ୍ସା ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ଆଣୁ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତ ଅଘରିଆଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅରକ୍ଷିତ ଅଘରିଆଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe