ବିପରୀତ ଦିଗରୁ ଆସୁଥିବା ଗାଡ଼ି ଧକ୍କା ଦେଲା: ଆଖି ବୁଜିଲେ ୨ ବାଇକ୍‌ ଆ‌ରୋହୀ

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅଞ୍ଚଳରେ ଭିନ୍ନଭିନ୍ନ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛନ୍ତି। ମୃତକମାନେ ହେଲେ ଚୌଧୁରୀ ଗିରି(୬୦) ଓ ରାଜେନ୍ଦ୍ର ପାତ୍ର(୫୦)।

ମୟୂରଭଞ୍ଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅଞ୍ଚଳରେ ଭିନ୍ନଭିନ୍ନ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛନ୍ତି। ମୃତକମାନେ ହେଲେ ଚୌଧୁରୀ ଗିରି(୬୦) ଓ ରାଜେନ୍ଦ୍ର ପାତ୍ର(୫୦)।

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅଞ୍ଚଳରେ ଭିନ୍ନଭିନ୍ନ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛନ୍ତି। ମୃତକମାନେ ହେଲେ ଚୌଧୁରୀ ଗିରି(୬୦) ଓ ରାଜେନ୍ଦ୍ର ପାତ୍ର(୫୦)।  

ସୂଚନା ଅନୁଯାଇ କୁଲଡିହା ଗାଁର ଚୌଧୁରି ଗିରି ଜାନୁମଘୁଟୁରେ ଥିବା ନିଜ ଦୋକାନକୁ ବନ୍ଦ କରି ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ମୁହାମୁହିଁ ଦୁର୍ଘଟଣା ଘଟିଥିଲା।  ଉକ୍ତ ଦୁର୍ଘଟଣା ଯୋଗୁଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ୩ ଜଣଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଡାକ୍ତର ଚୌଧୁରୀ ଗିରିଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ପିଏମ୍‌ଆଣ୍‌ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ଦୁଇ ଗୁରୁତର ଯୁବକ ଅଧିକ ସଙ୍କଟାପନ୍ନ ରହିଥିବା ଜଣାପଡିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। 

ଦୁର୍ଘଟଣା ଯେକୌଣସି ସମୟରେ ଘଟିପାରେ। ଦୁର୍ଘଟଣାର ସମ୍ମୁଖୀନ ନହେବା ପାଇଁ ଯଥେଷ୍ଟ ସତର୍କତାର ଆବଶ୍ୟକତା ରହିଛି। ସଡ଼କ ପଥରେ ଯିବା‌ ବେଳେ ନିୟମ ପାଳନ କରିବା ସହିତ ନିଜର ସୁରକ୍ଷା ଏବଂ ଅନ୍ୟମାନେ ଯେମିତି ସୁରକ୍ଷିତ ରହିବେ, ସେଥି ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। 

ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ହେଁସଡା ଗ୍ରାମପଞ୍ଚାୟତର ଖଇରିପାଳ ଗ୍ରାମର ରାଜେନ୍ଦ୍ର ପାତ୍ର ଆଜି ହାଟବାଦଡାରୁ ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ହେଁସଡା ପୋଲ  ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ସେ ରାସ୍ତା ଉପରେ ଛିଟିକି ପଡିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଜାମଦା ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe