କାରଖାନାରେ ଦୁର୍ଘଟଣା: ୨ ଜଣ ଶ୍ରମିକଙ୍କ ମୃତ୍ୟୁ, ୬ ଗୁରୁତର

ଝାରସୁଗୁଡ଼ାସ୍ଥିତ ଏମଏସପି ପ୍ଲାଣ୍ଟରେ ମଙ୍ଗଳବାର ପୂର୍ବାହ୍‌ଣରେ ବଡ଼ ଦୁର୍ଘଟଣା ଘଟିଛି। ଏହି କାରଖାନାର ଫିଲଟର ପ୍ରେସ୍ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୬ଜଣ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି। ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା ଓ ଅଲେଖ ଦେବା।

ଅଦ୍ୟତନ ହୋଇଛି
jsg

ଝାରସୁଗୁଡ଼ା: ସ୍ଥାନୀୟ ଏମଏସପି ପ୍ଲାଣ୍ଟରେ ମଙ୍ଗଳବାର ପୂର୍ବାହ୍‌ଣରେ ବଡ଼ ଦୁର୍ଘଟଣା ଘଟିଛି। ଏହି କାରଖାନାର ବର୍ଣିଫିକେସନ୍ ପ୍ଲେଟ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୫ଜଣ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି। ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା ଓ ଆଲୋକ ଦେଓ। 

ସୂଚନା ଅନୁସାରେ ଝାରସୁଗୁଡ଼ାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏମଏସପି ପ୍ଲାଣ୍ଟ)ରେ ମଙ୍ଗଳବାର ଅନ୍ୟ ଦିନ ଭଳି ଶ୍ରମିକମାନେ କାର୍ଯ୍ୟରତ ଥିଲେ। ପୂର୍ବାହ୍ନ ୧୧ଟା ବେଳେ ବ୍ଲାଷ୍ଟ ଫଣ୍ଡାସ ନିକଟରେ ଥ‌ିବା ଫିଲଟର ପ୍ରେସ୍‌ରେ ଏକ ବିଶାଳ ଲୁହା ପ୍ଲେଟ ଖସି ପଡ଼ିଥିଲା। ଏହି ସମୟରେ ଶ୍ରମିକମାନେ ଏଥରେ ଫସି ଯାଇଥିଲେ। ମୃତକମାନେ ହେଲେ ଗଂଜାମ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ଜେନା ଓ ଝାଡ଼ଖଣ୍ଡର ଆଲୋକ ଦେଓ। ସେମାନଙ୍କର ମୃତଦେହ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ କଂପାନି ସମ୍ମୁଖରେ ମୃତକଙ୍କ ପରିଜନ ଓ କର୍ମଚାରୀମାନେ କ୍ଷତିପୂରଣ ଦାବି ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଆହତମାନେ ହେଲେ ବିହାରର କୁନ୍ଦନ କୁମାର (୨୫), ଝାଡ଼ଖଣ୍ଡର ବିପିନ କୁମାର (୨୫), କଟକର ରମେଶ ପଣ୍ଡା, ସତ୍ୟବ୍ରତ ଲେଙ୍କା, ରାମେଶ୍ବର ମେହେର ଓ ରାଜକିଶୋର ସାହୁ। ଆହତମାନଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଝାରସୁଗୁଡ଼ା ଏମଏସପି ପ୍ଲାଣ୍ଟରେ ମଙ୍ଗଳବାର ଅନ୍ୟ ଦିନ ଭଳି ଶ୍ରମିକମାନେ କାର୍ଯ୍ୟରତ ଥିଲେ। ପୂର୍ବାହ୍ନ ୧୧ଟା ବେଳେ ବ୍ଲାଷ୍ଟ ଫଣ୍ଡାସ ନିକଟରେ ଥ‌ିବା ଫିଲଟର ପ୍ରେସ୍ରେ ଏକ ବିଶାଳ ଲୁହା ପ୍ଲେଟ ଖସି ପଡ଼ିଥିଲା।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ କାରଖାନାରେ ବାରମ୍ବାର ଅଘଟଣ‌ ନେଇ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। କେଉଁ କାରଣରୁ ଆଜିର ଘଟଣା ଘଟିଥିଲା, ତାହା ଜଣାପଡ଼ି ନାହିଁ। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe