ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ହାଇୱା: ୨ ମୃତ, ଜଣେ ଗୁରୁତର

Advertisment

କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶୈଲଙ୍ଗ ନିକଟରେ ହାଇୱା ସହ ଧକ୍କା ହୋଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶୈଲଙ୍ଗ ନିକଟରେ ହାଇୱା ସହ ଧକ୍କା ହୋଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

Accident

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶୈଲଙ୍ଗ ନିକଟରେ ହାଇୱା ସହ ଧକ୍କା ହୋଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ଘସିପୁରା ଥାନା ନଦୁଆଁ କଲୋନିର ଶୁଭମ୍ ଦେହୁରୀ (୧୮), ଦିପୁନ୍ ଖଟୁଆ (୧୮)। ଆହତ ହେଲେ ଦୀପକ ଦେହୁରୀ (୧୭)।

ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏକ ବାଇକରେ ଶୁଭମ୍, ଦିପୁନ୍ ଓ ଦୀପକ ଗୋଟିଏ ବାଇକରେ ଯାଉଥିଲେ। ଶୈଲଙ୍ଗ ବିଜି ମୋଟର୍ସ ନିକଟରେ ଏକ ହାଇୱା ସହିତ ସେମାନଙ୍କ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦିପୁନଙ୍କର ମୃତ୍ୟୁ ହୋଇଥିଲା। ଆନନ୍ଦପୁର ଡାକ୍ତରଖାନାରେ ଶୁଭମଙ୍କର ମୃତ୍ୟୁ ହୋଇଥିଲା।

ଦୀପକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଘସିପୁରା ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe