ବାଇକ୍‌କୁ ପଛପଟୁ ପିଟିଲା ବଲେରୋ: ଦୁଇ ମୃତ, ଜଣେ ଗୁରୁତର

Advertisment

ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଖଜୁରିପଡ଼ା ଛକ ନିକଟରେ ଏକ ବାଇକ୍‌କୁ ପଛପଟରୁ ଏକ ବଲେରୋ ଧକ୍କା ଦେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମର ବିଘ୍ନେଶ୍ୱର ମାହାର ଓ ଓମ୍‌କାର ସେଠୀ)। 

ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଖଜୁରିପଡ଼ା ଛକ ନିକଟରେ ଏକ ବାଇକ୍‌କୁ ପଛପଟରୁ ଏକ ବଲେରୋ ଧକ୍କା ଦେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମର ବିଘ୍ନେଶ୍ୱର ମାହାର ଓ ଓମ୍‌କାର ସେଠୀ)। 

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଖଜୁରିପଡ଼ା ଛକ ନିକଟରେ ଏକ ବାଇକ୍‌କୁ ପଛପଟରୁ ଏକ ବଲେରୋ ଧକ୍କା ଦେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମର ବିଘ୍ନେଶ୍ୱର ମାହାର (୩୬ବର୍ଷ) ଓ ଓମ୍‌କାର ସେଠୀ (୮ବର୍ଷ)। 

ହରଭଙ୍ଗା ବ୍ଲକ୍‌ ଶ୍ୟାମସୁନ୍ଦରପୁର ଗ୍ରାମର ହିମାଂଶୁ ସେଠୀ(୬୫ବର୍ଷ) ତାଙ୍କ ନାତି ଓମ‌୍‌କାର ସେଠୀଙ୍କୁ ନେଇ ଗ୍ରାମର ବିଘ୍ନେଶ୍ୱର ମାହାରଙ୍କ ସହିତ ଏକ ବାଇକ୍ ଯୋଗେ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଜାତୀୟ ରାଜପଥର ଖଜୁରିପଡ଼ା ଛକ ନିକଟରେ ତାଙ୍କ ବାଇକ୍‌କୁ ଏକ ବଲେରୋ ପଛପଟୁ ଧକ୍କା ଦେଇଥିଲା। 

ସ୍ଥାନୀୟ ଲୋକମାନଙ୍କ ଉଦ୍ୟମକ୍ରମେ ଗୁରୁତର ତିନି ବାଇକ୍ ଆରୋହୀଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। କିନ୍ତୁ, ଚିକିତ୍ସାଳୟରେ ବିଘ୍ନେଶ୍ୱର ଓ ଓମ୍‌କାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ହିମାଂଶୁଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe