ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ‌ଦେଇ ୨ ବାଇକ୍ ଆରୋହୀ ମୃତ

ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳି ପଞ୍ଚାୟତ କଇଠପଦର ନିକଟ ମୁଖ୍ୟରାସ୍ତା ଉପରେ ଛିଡ଼ା ହୋଇଥିବା ଏକ  ଲୁହା ରଡ୍ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ୨ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି।

Accident

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳି ପଞ୍ଚାୟତ କଇଠପଦର ନିକଟ ମୁଖ୍ୟରାସ୍ତା ଉପରେ ଛିଡ଼ା ହୋଇଥିବା ଏକ  ଲୁହା ରଡ୍ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ୨ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଦୁଇ ଜଣ ହେଲେ ସିର୍ଜୁଳି ପଞ୍ଚାୟତ ବଡଆମ୍ବଗୁଡା ଗ୍ରାମର ତିରୁପତୀ ଶବର ବୟସ (୪୦)ଓ ମଣ୍ଟୁ ଶବର ବୟସ (୨୦) ବୋଲି ଜଣାପଡିଛି।

ଦୁର୍ଘଟଣା ପରେ ସେମାନଙ୍କୁ  ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଲା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା  ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗୁଣୁପୁର ପୁଲିସ୍‌ର ତଦନ୍ତ ଜାରି ରହିଛି। ମୃତକ ଦୁଇଜଣ ଗୁଣୁପୁରକୁ କୌଣସି କାମରେ ଆସି ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି।

Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe