ବର୍ଷକରେ ବଦଳିଲେଣି ୨ଜଣ ଡିଆଇଜି

Advertisment

ବର୍ଷକ ମଧ୍ୟରେ କୋରାପୁଟରେ ଥିବା ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ପଦବିରେ ୨ଥର ବଦଳିଲେଣି। ରାଜ୍ୟ ସରକାର ସଂପ୍ରତି ପୁଣି ବରିଷ୍ଟ ଆଇପିଏସ୍ ଅଧିକାରୀ ଓ ଜିଲ୍ଲା ଏସପି ମାନଙ୍କର ଅଦଳବଦଳ କରିଛନ୍ତି।

ବର୍ଷକ ମଧ୍ୟରେ କୋରାପୁଟରେ ଥିବା ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ପଦବିରେ ୨ଥର ବଦଳିଲେଣି। ରାଜ୍ୟ ସରକାର ସଂପ୍ରତି ପୁଣି ବରିଷ୍ଟ ଆଇପିଏସ୍ ଅଧିକାରୀ ଓ ଜିଲ୍ଲା ଏସପି ମାନଙ୍କର ଅଦଳବଦଳ କରିଛନ୍ତି।

DIG Koraput

DIG Koraput Photograph: (Sambad )

କୋରାପୁଟ: ଗତ ବର୍ଷକ ମଧ୍ୟରେ କୋରାପୁଟରେ ଥିବା ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ପଦବିରେ ୨ଥର ବଦଳିଲେଣି। ରାଜ୍ୟ ସରକାର ସଂପ୍ରତି ପୁଣି ବରିଷ୍ଟ ଆଇପିଏସ୍ ଅଧିକାରୀ ଓ ଜିଲ୍ଲା ଏସପି ମାନଙ୍କର ଅଦଳବଦଳ କରିଛନ୍ତି। ଏହି କ୍ରମ‌ରେ ଆଜି ଦକ୍ଷିଣ ପଶ୍ଚିମାଂଚଳ ଆଇଜି ନିତି ଶେଖର ଦକ୍ଷିଣାଂଚଳ ଆଇଜି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଡିଆଇଜି ଅପରେସନ୍ ଥିବା ଅଖିଳେଶ୍ବର ସିଂଙ୍କୁ ବଦଳି ହୋଇଛି। ୫ମାସରେ ଥରେ ଲେଖାଏଁ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜିଙ୍କର ଅଦଳ ବଦଳ ଘଟଣାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। 

ଅବିଭକ୍ତ କୋରାପୁଟଜିଲ୍ଲା ସମେତ କଳାହାଣ୍ଡି, ନୂଆପଡ଼ା ମାଓପ୍ରବଣ ଜିଲ୍ଲା। ନୂଆରେ ଯେଉଁ ଡିଆଇଜିମାନେ ଏଠାରେ ଯୋଗ ଦେଉଛନ୍ତି ସେମାନେ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରି ପଦନ୍ନୋତି ପାଇ ବଦଳିରେ ଯାଇଛନ୍ତି। ଏହି ଜିଲ୍ଲାଗୁଡିକର ଭୈଗଳିକ ସ୍ଥିତି ଓ ମାଓ ଗତିବିଧି, ଅପରାଧ, ଗଂଜେଇ ଚୋରା ଚାଳାଣ ସମ୍ପର୍କରେ ଭଲ ଭାବେ ଅବଗତ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏଠାରେ ରାଜ୍ୟ ସରକାର ଅବସ୍ଥାପିତ କରି ଆସୁଛନ୍ତି।

୨୦୨୪ମସିହା ମେ’ମାସରେ କୋରାପୁଟରେ ଯୋଗ ଦେଇଥିଲେ ଚରଣସିଂ ମିନା। ତାଙ୍କୁ ଏଠାରୁ ଗତ ଅକ୍ଟୋବର ୩ରେ କେନ୍ଦ୍ରାଂଚଳ ଡିଆଇଜି କଟକ ବଦଳି କରାଯାଇଥିଲା। ଡିଆଇଜି ଭାବେ ଏଠାରେ ଯୋଗ ଦେ‌ଇଥିଲେ ନିତି ଶେଖର। ଏଠାରେ ସେ ଆଇଜିର ପଦନ୍ନୋତି ବି ପାଇଥିଲେ। ତେବେ ତାଙ୍କୁ ଅଚାନକ ଭାବେ ଦକ୍ଷିଣାଂଚଳ ଆଇଜି ଭାବେ ବଦଳି ହୋଇଛି।

ତେବେ ଗତ ବର୍ଷକ ମଧ୍ୟରେ ଦୁଇ  ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଅଦଳବଦଳ କରିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ଦିଗରେ ଏହା ସହାୟକ ହେବ କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଆଇଜି ନିତୀ ଶେଖର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାଧାରଣରେ ଆସ୍ଥାଭାଜନ ହୋଇ ଆସିଥିଲେ। 

ସେହିପରି କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଗେଂଜେଇ ଚୋରା ଚାଳାଣ, ଟ୍ରାଫିକ ସମସ୍ୟାକୁ ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏସଡିପିଓ ଅଙ୍କିତ କୁମାର ବର୍ମାଙ୍କୁ  ବଦଳି ହୋଇଛି। ଏହାକୁ ଜିଲ୍ଲାବାସୀ ନାପସନ୍ଦ କରିଛନ୍ତି। ତାଙ୍କୁ ଅତିରିକ୍ତ ଡିସିପି ଭୁବନେଶ୍ବର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପ୍ରବେସନର ଆଇପିଏସ୍ କାଶ୍ୟାପ ପାର୍ଥ ଜଗଦୀଶଙ୍କୁ ବଦଳି ହୋଇଛି। ଜୟପୁର ଏସଡିପିଓ ଭାବେ ଅଙ୍କିତ ବର୍ମା ଯୋଗ ଦେବା ପରେ ଗଂଜେଇ ଚୋରା ଚାଳାଣ, କନକ ପରମେଶ୍ବରୀ ମନ୍ଦିର ମୂର୍ତ୍ତି ଚୋର ଧରିବା, ଛିନତାଇ ମାମଲା ସହ ସହରର ଜବରଦଖଲ ଉଚ୍ଛେଦ ସହ ଟ୍ରାଫିକ ସମସ୍ୟା ସୁଧାରିବା ଦିଗରେ ନେଉଥିବା ପଦକ୍ଷେପ ପାଇଁ ସାଧାରଣରେ ସେ ଆସ୍ଥାଭାଜନ ହୋଇ ପାରିଥିଲେ। ଯଦିଓ ବଦଳି ସରକାରୀ ପଦକ୍ଷେପ। ତଥାଫି ଯେଉଁମାନେ ସାଧାରଣରେ ଆସ୍ଥାଭାଜନ ହେବା ସହ ପୁଲିସ ବିଧି ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିବା ସମୟରେ ବଦଳି ଯୁକ୍ତିଯୁକ୍ତ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe