ରାଜସ୍ବ ବିଭାଗର ଚଢ଼ଉ: ପଥର ବୋଝେଇ ୨ଟି ଡମ୍ଫର ଜବତ

Advertisment

ସୋର ତହସିଲଦାର ଶେଖ ସାଗିରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଦୈତାରି ମଳିକ ବରଫ କଳ ଛକ ନିକଟରେ ଗାଡିର କାଗଜପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ୨ଟି ଟ୍ରକ୍‌କୁ ଜବତ କରାଯାଇଛି।

ସୋର ତହସିଲଦାର ଶେଖ ସାଗିରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଦୈତାରି ମଳିକ ବରଫ କଳ ଛକ ନିକଟରେ ଗାଡିର କାଗଜପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ୨ଟି ଟ୍ରକ୍‌କୁ ଜବତ କରାଯାଇଛି।

c

Baleswar Photograph: (sambad.in)

ସୋର: ବାଲେଶ୍ବର ଜିଲ୍ଲା ସୋର ତହସିଲ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ପଥର ଚାଲାଣ କାମରେ ନିୟୋଜିତ ୨ଟି ଡମ୍ଫରକୁ ଜବତ କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସୋର ତହସିଲଦାର ଶେଖ ସାଗିରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଦୈତାରି ମଳିକ ବରଫ କଳ ଛକ ନିକଟରେ ଗାଡିର କାଗଜପତ୍ର ଯାଞ୍ଚ କରୁଥିଲେ।

ଏହି ସମୟରେ ବାଗୁଡିରୁ ସୋର ଅଭିମୁଖେ ଆସୁଥିବା ଓଆର ୧୫ କ୍ୟୁ ୫୮୯୦ ଓ ଓଡ଼ି ୦୧ ଜି ୨୨୫୮ ନମ୍ବର ବିଶିଷ୍ଟ ଦୁଇଟି ପଥର ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ ପରେ ଏଥିରେ ବେଆଇନ ଭାବେ ଚାଲାଣ ହେଉଥିବା ଜାଣିପାରି ଗାଡି୨ଟିକୁ ଜବତ କରି ଥାନାରେ ଜିମା ଦେଇଥିବା ଜଣାପଡିଛି।

Baleswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe