ସିଙ୍ଗାପୁରରେ ଚାକିରି ଦେବାକୁ କହି ଠକେଇ: ୨ ଅଭିଯୁକ୍ତ ଗିରଫ

Advertisment

କମିସନରେଟ୍‌ ପୁଲିସ ଭୁବନେଶ୍ବରରେ ଏକ ବଡ଼ଧରଣର ଚାକିରି ଠକେଇର ପର୍ଦ୍ଦାଫାସ କରିଛି। ବିଦେଶରେ ଚାକିରି ଦେବା ନାରେ ଟଙ୍କା ଠକେଇର ମାମଲାରେ ସହିଦନଗର ପୁଲିସ ଥାନା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

କମିସନରେଟ୍‌ ପୁଲିସ ଭୁବନେଶ୍ବରରେ ଏକ ବଡ଼ଧରଣର ଚାକିରି ଠକେଇର ପର୍ଦ୍ଦାଫାସ କରିଛି। ବିଦେଶରେ ଚାକିରି ଦେବା ନାରେ ଟଙ୍କା ଠକେଇର ମାମଲାରେ ସହିଦନଗର ପୁଲିସ ଥାନା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

arrest

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଭୁବନେଶ୍ବରରେ ଏକ ବଡ଼ଧରଣର ଚାକିରି ଠକେଇର ପର୍ଦ୍ଦାଫାସ କରିଛି। ବିଦେଶରେ ଚାକିରି ଦେବା ନାରେ ଟଙ୍କା ଠକେଇର ମାମଲାରେ ସହିଦନଗର ପୁଲିସ ଥାନା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀପତି ପାତ୍ର ଓରଫ ଅଜୟ (୩୯) ଓ ମିଲନ କୁମାର ସିଂହ (୨୫)। 

ସହିଦନଗର ପୁଲିସ କହିଛି ଯେ, ଅଭିଯୁକ୍ତ ସଞ୍ଜୟ କୁମାର  କୋଲି, ସଞ୍ଜିଲାଲ କାନାବାଇ, ଅଜୟ କୁମାର ପାତ୍ର, ନିର୍ମଳ ଚନ୍ଦ୍ର ସାହୁ, କମଳ ଲୋଚନ ଦାସ ଓ ମିଲନ କୁମାର ସିଂହ ଜାଲିଆତି କରି ଭୁବନେଶ୍ୱରର ଜୟଦେବ ବିହାରରେ ‘Vtrecruti’ ନାମକ ଏକ ଇମିଗ୍ରେସନ୍ କନସଲଟାନ୍ସି ପରିଚାଳନା କରୁଥିଲେ।

ସିଙ୍ଗାପୁରରେ ବିଦେଶୀ ନିଯୁକ୍ତିର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବବର୍ଗଙ୍କୁ ଠକୁଥିଲେ। କର୍ମ ସଂସ୍ଥାନ ପାଇଁ ବେକାର ଯୁବକମାନଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲେ ଏବଂ ସକ୍ରିୟ ଭାବରେ ସମ୍ପୃକ୍ତ ନିର୍ମଳ ଚନ୍ଦ୍ର ସାହୁ ଏବଂ କମଳ ଲୋଚନ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଠାଇଥିଲେ। ପୀଡିତମାନଙ୍କୁ କୋଡ଼ିଏ ହଜାର ମୂଲ୍ୟର ବିମାନ ଟିକେଟ୍ ଦିଆଯାଇଥିଲା କିନ୍ତୁ କୌଣସି ବୈଧ ଭିସା ବ୍ୟବସ୍ଥା  ନଥିଲା। ଠକେଇରେ ଶୀକାର ହୋଇଥିବା ବ୍ୟକ୍ତିମାନେ ସତ ଜାଣିବା ପରେ  ସଂପୃକ୍ତ ସଂସ୍ଥା ତାର କାର୍ଯ୍ୟାଳୟ କୁ ସର୍ବସାଧାରଣ ଙ୍କ ପାଇଁ ବନ୍ଦ ରଖିଥିଲା।

ଏହି ଅଭିଯୋଗ ଆଧାରରେ ସହିଦନଗର ପୁଲିସ୍ ମାମଲା ନଂ-୨୧୮ ତାରିଖ ୦୫.୦୫.୨୦୨୫ ଧାରା ୩୧୮ (୪)/୩(୫) ବିଏନ୍ଏସ୍ ରେ ପଞ୍ଜୀକୃତ ହୋଇଛି। ତଦନ୍ତ ସମୟରେ ଜଣାପଡିଥିଲା ଯେ ଅପରାଧରେ ସକ୍ରିୟ ଭାବରେ ଜଡିତ ଅଭିଯୁକ୍ତ ନିର୍ମଳ ଚନ୍ଦ୍ର ସାହୁ ଏବଂ କମଳ ଲୋଚନ ଦାଶଙ୍କୁ ପୂର୍ବରୁ ଗିରଫ କରାଯାଇ ୦୧.୦୬.୨୦୨୫ରେ କୋର୍ଟକୁ ପଠାଯାଇଥିଲା। ଅଧିକ ତଦନ୍ତରୁ ଜଣାପଡିଥିଲା ଯେ ଠକମାନେ ମିଲନ କୁମାର ସିଂହଙ୍କ ସହାୟତାରେ ତାଙ୍କ ନାମରେ କମ୍ପାନି ଖୋଲି ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ପରିଚାଳନା କରୁଥିଲେ। ଶ୍ରୀପତି ପାତ୍ର ଅଜୟ ଏବଂ ମିଲନ କୁମାର ସିଂହଙ୍କ ବିରୁଦ୍ଧରେ ପ୍ରାଥମିକ ପ୍ରମାଣ ମିଳିଥିବାରୁ, ସେମାନଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି  ମାମଲାର ତଦନ୍ତ ଚାଲିଛି ଏବଂ ମୁଖ୍ୟ ଅଭିଯୁକ୍ତ ଏବଂ ଅପରାଧରେ ଜଡିତ ଅନ୍ୟ କୌଣସି ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe