ବିଦ୍ୟାଳୟ ‌ହ‌ଷ୍ଟେଲ, ଘର ଆଗ ଗଛରେ ଝୁଲିପଡ଼ିଲେ ୨ଜଣ ବିଦ୍ୟାଳୟର ଛାତ୍ରୀ

ଗତ ୫ଦିନ ଭିତରେ ୪ଜଣ ସ୍କୁଲ ଛାତ୍ରୀ ଜୀବନ ହାରିଛନ୍ତି। ଗତ ୫ ତାରିଖ ଦିନ ମାଲକାନଗିରି ଜିଲ୍ଲାର କାଳିମେଳାରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ।

School students end life

School students end life Photograph: (sambad.in)

ସୁନ୍ଦରଗଡ଼/ଜଳେଶ୍ବର: କଅଁଳ ବୟସରେ ମାନସିକ ଅବସାଦ। ପାରିପାରିକ ଅଭାବ ଅସୁବିଧା ହେଉ ବା ପାଠ ପଢ଼ା ଚାପ ହେଉ ଏହାକୁ ମୁକାବିଲା କରିନପାରି ୫ଦିନ ଭିତରେ ୪ଜଣ ସ୍କୁଲ ଛାତ୍ରୀ ଜୀବନ ହାରିଛନ୍ତି। ଗତ ୫ ତାରିଖ ଦିନ ମାଲକାନଗିରି ଜିଲ୍ଲାର କାଳିମେଳାରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ। ଆଜି ଏହି ୨ଟି ସ୍ଥାନରେ ଦୁଇ ଜଣ ସ୍କୁଲ ଛାତ୍ରୀ ଜୀବନ ହାରିଛନ୍ତି। ମୃତ ଛାତ୍ରୀ ହେଲେ ଚାନ୍ଦିନୀ ଡିଲା ଓ ରାଜଶ୍ରୀ ସେନାପତି।  

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଧୀନ ତୁମୁଲିଆ ହାଇସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଚାନ୍ଦିନୀ ଡିଲା ହଷ୍ଟେଲ ରୁମ୍‌ର ପଙ୍ଖାରେ ରଶି ଲଗାଇ ଜୀବନ ହାରିଛି। ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଚାଲିଥିଲା ବେଳେ ସେଠାରୁ ଉଠିିଆସି ପତ୍ରାପାଲି ଅଞ୍ଚଳର ଏହି ଛାତ୍ରୀ ଜଣକ ହଷ୍ଟେଲରେ ଜୀବନ ହାରିଛି। ତେବେ ଏହି ସମୟରେ ସୂଚନା ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। 

ଗତ ୫ ତାରିଖ ଦିନ ମାଲକାନଗିରି ଜିଲ୍ଲାର କାଳିମେଳାରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ।

ସୁନ୍ଦରଗଡ଼ ପରି ଆଜି ବାଲେଶ୍ବର ଜିଲ୍ଲାରେ ସମାନ ପ୍ରକାରର ଏକ ଅଘଟଣ ଘଟିଛି। ଭୋଗରାଇ ଥାନା ଅଧୀନ ଗମ୍ଭାରିଆ ପଞ୍ଚାନନ ଏମି ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଘରକୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଆସି ଘର ଆଗରେ ଥିବା ଗଛରେ ରଶି ଲଗାଇ ଜୀବନ ହାରିଛି। ମୃତ ନାବାଳିକା ହେଳା ଗାଁର ଗୈରହରୀ ସେନାପତିଙ୍କ ଝିଅ ରାଜଶ୍ରୀ ସେନାପତି। ସ୍କୁଲରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଥିବାରୁ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି। ପୁଲିସକୁ ଖବର ଦେବା ପରେବି ଘଟଣା ସ୍ଥଳରେ ନ ପହଞ୍ଚିବାରୁ ଲୋକଙ୍କ ଅସନ୍ତୋଷ ଦେଖାଯାଇଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଗତ ୮ ତାରିଖ ଦିନ ଦୁଇ ଜଣ ବିଦ୍ୟାଳୟର ଛାତ୍ରୀଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥି। ସେମାନେ ଥିଲେ ଏମ୍‌ଭି୭୨ ପ୍ରାଥମିକ ନୋଡାଲ ବିଦୟାଳୟର ଦୁଇ ଛାତ୍ରୀ ମନ୍ଦିରା ଶୋଡ଼ି (୧୨) ଏବଂ ଜ୍ୟୋତି ହାଲଦାର୍ (୧୨)। ଉଭୟ ଛାତ୍ରୀ ଦୁଇଦିନ ଧରି ନିଖୋଜ ଥବା ନେଇ ଥାନାରେ ଦୁଇ ପରିବାରର ଅବିଭାବକ ଏତଲା ଦେଇଥିଲେ। ପରେ ଏମ୍‌ଭି୭୯ ପୁଲିସ୍ ଏମ୍‌ଭି୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦୟାଳୟକୁ ଯାଇ ତଦନ୍ତ ଜାରି ରଖିଥିଲେ। ଗତ ୮ ତାରିଖ ସକାଳେ ବିଲିଗୁଡା ପାହାଡ଼ ନିକଟସ୍ଥ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରେ ଓଢ଼ଣୀ ଦ୍ଵାରା ଝୁଲୁଥିବାର ଦେଖି ପୁଲିସ୍‌କୁ ଖବର ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe