ଖାସି ଟୁର୍ନାମେଣ୍ଟ ଖେଳିବାକୁ ଛତିଶଗଡ଼ ଯାଇଥିଲେ; ଟ୍ରକ୍‌ ଧକ୍କାରେ ଦୁଇ ଓଡ଼ିଆ ହକି ଖେଳାଳିଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକର ବ୍ଲକ୍‌ ତଥା ତଳସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ନିମଡିହି ଗାଁର ୨ ଜଣ ଯୁବ ହକି ଖେଳାଳିଙ୍କ ଟ୍ରକ୍‌ଧକାରେ ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି ସଚିନ କିଣ୍ଡୋ (୩୨) ଏବଂ ସୁମିଲାଲ ଟପ୍ପୋ (୩୦)। ସେମାନେ ହକି ଖେଳିବାକୁ ଛତିଶଗଡ଼ ଯାଇଥିଲେ।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକର ବ୍ଲକ୍‌ ତଥା ତଳସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ନିମଡିହି ଗାଁର ୨ ଜଣ ଯୁବ ହକି ଖେଳାଳିଙ୍କ ଟ୍ରକ୍‌ଧକାରେ ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି ସଚିନ କିଣ୍ଡୋ (୩୨) ଏବଂ ସୁମିଲାଲ ଟପ୍ପୋ (୩୦)। ସେମାନେ ହକି ଖେଳିବାକୁ ଛତିଶଗଡ଼ ଯାଇଥିଲେ। ସେଠାରୁ ଫେରିବାବେଳେ ଶନିବାର ରାତି ପ୍ରାୟ ୮ଟାରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ସୁନ୍ଦରଗଡ଼ ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ବଳୁଆବାହାଲ ଗାଁରେ ଖାସି ହକି ଟୁର୍ନାମେଣ୍ଟ ହେଉଥିଲା। ସେଠାରେ ବିଭିନ୍ନ ଦଳ ତରଫରୁ ​ଖେଳିବାକୁ ହକିର ଅନ୍ତୁଡ଼ିଶାଳ କହାଯାଉଥିବା ବାଲିଶଂକରା ବ୍ଲକ୍‌ର ବହୁ ଖେଳାଳି ଯାଇଥିଲେ। ସଚିନ ଏବଂ ସୁମିଲାଲ ମଧ୍ୟ ହକି ଖେଳିବାକୁ ଯାଇଥିଲେ। ଖେଳିସାରି ବାଇକ୍‌ ଯୋଗେ ଉଭୟ ନିଜ ଗାଁକୁ ଫେରୁଥିଲେ। ଓଡ଼ିଶା ସୀମାରୁ ପ୍ରାୟ ୧୦ କିମି ଦୂର ଛତିଶଗଡ଼ର କତେରବିରା ମନ୍ଦିର ନିକଟରେ ଦୁର୍ଘଟଣା ଘଟିଥିଲା। ବିପରୀତ ଦିଗ ବାଲିଶଙ୍କରା ପଟୁ ଛତିଶଗଡ଼କୁ ଯାଉଥିବା ଏକ ଟ୍ରକ୍‌ଧକାରେ ଦୁହେଁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ତାମ୍ପରା (ଛତିଶଗଡ଼) ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣା ପ୍ରଚାରିତ ହେବାପରେ ନିମଡିହି ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe