ବୋମାମାଡ଼-ଏସିଡ୍‌ ଆକ୍ରମଣରେ ଦୋକାନୀ ଓ ଗ୍ରାହକ ଗୁରତର, ଅଭିଯୁକ୍ତ ଫେରାର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସନ୍ ଦୋକାନ ଉପରେ ବୋମାମାଡ଼ ଓ ଏସିଡ୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଦୋକାନୀ ଓ ଜଣେ ଗ୍ରାହକ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Two persons injured in attack.

Two persons injured in attack. Photograph: (sambad.in)

ବ୍ରହ୍ମଗିରି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସନ୍ ଦୋକାନ ଉପରେ ବୋମାମାଡ଼ ଓ ଏସିଡ୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଦୋକାନୀ ଓ ଜଣେ ଗ୍ରାହକ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ଆଜି ଅପରାହ୍‌ଣରେ ଏହି ଆକ୍ରମଣ ହୋଇଛି। ଗୁରୁତର ବ୍ୟକ୍ତିମାନେ ହେଲେ ବ୍ରଜବନ୍ଧୁ ମହାପାତ୍ର ଓ ଆଲୋକ ମହାପାତ୍ର। ଏହି ଘଟଣାରେ ଅଭିଯୁକ୍ତ ଶୁକଦେବ ମିଶ୍ର ଫେରାର ଅଛି।   

ସୂଚନା ଅନୁସାରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ଦୋକାନୀ ବ୍ରଜବନ୍ଧୁ ମହାପାତ୍ର  ଆଜି ନିଜ ଦୋକାନରେ ବସିଥିଲେ। ‌ଦୋକାନକୁ ଜିନିଷପତ୍ର କିଣିବା ପାଇଁ ଆଲୋକ ମହାପାତ୍ର ଯାଇଥିଲେ। ଏହି ସମୟରେ ଶୁକଦେବ ମିଶ୍ର ଦୋକାନରେ ପହଞ୍ଚି ଥିଲା। ଦୋକାନ ମାଲିକ ବ୍ରଜବନ୍ଧୁଙ୍କ ସହିତ ସେ ଯୁକ୍ତିତର୍କ କରିଥିଲା। ଉତ୍ତେଜନା ବଢ଼ିବାରେ ସାଥୀରେ ଆଣିଥିବା ବୋମାମାଡ଼ ଓ ଏସିଡ୍‌  ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବ୍ରଜବନ୍ଧୁଙ୍କ ସମେତ ଆଲୋକ ମଧ୍ୟ ଆହତ ହୋଇଥିଲେ। ଉଭୟ ଦୋକାନୀ ଓ ଗ୍ରାହକ ଆକ୍ରମଣ ଶିକାର ହୋଇ ‌ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ଶୁକଦେବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ଦୋକାନୀ ବ୍ରଜବନ୍ଧୁ ମହାପାତ୍ର  ଆଜି ନିଜ ଦୋକାନରେ ବସିଥିଲେ। ‌ଦୋକାନକୁ ଜିନିଷପତ୍ର କିଣିବା ପାଇଁ ଆଲୋକ ମହାପାତ୍ର ଯାଇଥିଲେ। ଏହି ସମୟରେ ଶୁକଦେବ ମିଶ୍ର ଦୋକାନରେ ପହଞ୍ଚି ଥିଲା। ଦୋକାନ ମାଲିକ ବ୍ରଜବନ୍ଧୁଙ୍କ ସହିତ ସେ ଯୁକ୍ତିତର୍କ କରିଥିଲା। 

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବୋମାମାଡ଼ ଓ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ବ୍ରଜବନ୍ଧୁ ଓ ଆଲୋକଙ୍କୁ ପୁଲିସ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଦିଆଯିବା ପରେ ଡାକ୍ତର ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି। ଅନ୍ୟପଟରେ ଏକ ମାମଲା ରୁଜୁ କିରି ଫେରାର ଅଭିଯୁକ୍ତ ଶୁକଦେବ ମିଶ୍ରକୁ ଧରିବା ପାଇଁ ଛାନ୍‌ଭିନ ଜାରି ରଖିଛି। ପୁଲିସ କହିଛି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଛି।  

 puri | Crime | Brahmagiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe