ଟିଭି କେବୁଲରେ ବିଦ୍ୟୁତ ଆଘାତ ଲାଗି ମହିଳା ଶ୍ରମିକଙ୍କ ସମେତ ୨ ଗୁରୁତର

Advertisment

ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ପଥରାସାହି ଗ୍ରାମରେ ରବିବାର ଅପରାହ୍ନରେ ଘଟିଯାଇଛି ଏକ ଅଭାବନୀୟ ଘଟଣାl ଘର ସ‌ଂଯୋଗ କରାଯାଇଥିବା ଟିଭି କେବୁଲରେ ବିଦ୍ୟୁତ ଆଘାତ ଲାଗି ଜଣେ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତିl

ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ପଥରାସାହି ଗ୍ରାମରେ ରବିବାର ଅପରାହ୍ନରେ ଘଟିଯାଇଛି ଏକ ଅଭାବନୀୟ ଘଟଣାl ଘର ସ‌ଂଯୋଗ କରାଯାଇଥିବା ଟିଭି କେବୁଲରେ ବିଦ୍ୟୁତ ଆଘାତ ଲାଗି ଜଣେ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତିl

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ପଥରାସାହି ଗ୍ରାମରେ ରବିବାର ଅପରାହ୍ନରେ ଘଟିଯାଇଛି ଏକ ଅଭାବନୀୟ ଘଟଣାl ଘର ସ‌ଂଯୋଗ କରାଯାଇଥିବା ଟିଭି କେବୁଲରେ ବିଦ୍ୟୁତ ଆଘାତ ଲାଗି ଜଣେ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତିl ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ସ୍ଥାନୀୟ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତିl ଗୁରୁତର ମହିଳା ଶ୍ରମିକ ହେଲେ ଉକ୍ତ ଗ୍ରାମର ଯମୁନା ମୁର୍ମୁ ଓ ଯୁବକ ହେଲେ ପ୍ରଦୀପ ମଣ୍ଡଳ l 

ଗାଁ ପଡିଆରେ ମାଟି ଉତ୍ତୋଳନ କାମ ଚାଲିଥିବା ବେଳେ ଯମୁନା ମଧ୍ୟ ଉକ୍ତ ସ୍ଥାନରେ ମାଟି କାମ କରୁଥିଲାl କୌଣସି କାରଣ ବଶତଃ ସେ ସେଠାରେ ଦୀର୍ଘ ଦିନ ଧରି ତଳେ ପଡିଥିବା ଟିଭି କେବୁଲ ତାରକୁ ଧରି ଦେବାରୁ ହଟାତ ବିଦ୍ୟୁତ ଆଘାତର ଶିକାର ହୋଇ ଛଟପଟ ହୋଉଥିବା ସମୟରେ ପାଖରେ ଥିବା ସ୍ଥାନୀୟ ଯୁବକ ପ୍ରଦୀପ ମଣ୍ଡଳ ଘଟଣା ସ୍ଥଳରେ ଛଟପଟ ହୋଉଥିବା ଯମୁନାକୁ ଦେଖି ତାକୁ ବାତ ମାରିଥିବାର ସନ୍ଦେହ କରି ଧରି ନେଇଥିଲେ ଓ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେl 

publive-image

ପରେ ଗ୍ରାମବାସୀ ୨ଜଣଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ ଓ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛିl ଗ୍ରାମବାସୀଙ୍କ କହିବାନୁଯାଇ ଦୀର୍ଘଦିନ ଧରି ଉକ୍ତ କେବୁଲ ତଳେ ପଡ଼ିଥିଲେ ବି କେବୁଲ ଅଧିକାରୀଙ୍କୁ ବାରମ୍ବାର କହିବା ପରେ ବି ସେ ତାକୁ ଭୃକ୍ଷେପ କରିନଥିଲେ କି ତାର ଉପରକୁ ଉଠାଇନଥିଲେl

publive-image

ସେହିପରି ବିଦ୍ୟୁତ ଆଘାତ ଶୁଣି ସ୍ଥାନୀୟ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀମାନଙ୍କ ସହିତ ବଚସା ହେବା ସହିତ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛିl ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ମଧ୍ୟ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଛିl ଅନ୍ୟପଟେ ବୈଶିଙ୍ଗା ସେକ୍ସନ ଜେଇ ପ୍ରଶାନ୍ତ ନାୟକଙ୍କ କହିବାନୁଯାଇ, ଏଥିରେବିଦ୍ୟୁତ ବିଭାଗର କିଛି ଭୁଲ ନାହିଁ l ସେହି ସମୟରେ ମରାମତି କାମ ପାଇଁ ଉକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ଥିଲାl ତାପରେ ସମୟ ସମୟରେ ଟିଭି କେବୁଲ ରେ ଲାଗିଥିବା ଏମ୍ପ୍ଲିଫାୟାର ରେ ତ୍ରୁଟି ଯୋଗୁଁ ମଧ୍ୟ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ସରବରାହ ହୋଇଥାଏ l ଯୋଉଁଥିପାଇଁ ସେ ମହିଳା ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତିl

 Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe