ପୁଣି ହେଟାବାଘ ଆକ୍ରମଣରେ ଦୁଇ ଆହତ: ବନ ବିଭାଗର ସତର୍କ ସୂଚନା ଜାରି

Advertisment

ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ରେଞ୍ଜର ତୁଳସୀପୋଷି, ତିନିଟିଆ, ହାତୀଦାଣ୍ଡି ବାକର୍ତଳା ଗ୍ରାମରେ ଏକ ହେଟାବାଘର ଆକ୍ରମଣ ଯୋଗୁଁ ଆତଙ୍କ ଖେଳିଯାଇଛି।

ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ରେଞ୍ଜର ତୁଳସୀପୋଷି, ତିନିଟିଆ, ହାତୀଦାଣ୍ଡି ବାକର୍ତଳା ଗ୍ରାମରେ ଏକ ହେଟାବାଘର ଆକ୍ରମଣ ଯୋଗୁଁ ଆତଙ୍କ ଖେଳିଯାଇଛି।

New Project (25)

କରଞ୍ଜିଆ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ରେଞ୍ଜର ତୁଳସୀପୋଷି, ତିନିଟିଆ, ହାତୀଦାଣ୍ଡି ବାକର୍ତଳା ଗ୍ରାମରେ ଏକ ହେଟାବାଘର ଆକ୍ରମଣ ଯୋଗୁଁ ଆତଙ୍କ ଖେଳିଯାଇଛି। ଏହି ହେଟାବାଘର ଆକ୍ରମଣରେ ଗତକାଲି ତୁଳସୀପୋଷି ଗ୍ରାମର ରାଜେନ୍ଦ୍ର ନାୟକ,  ସୁନିତା ନାୟକ, ତିନଟିଆ ଗ୍ରାମର କୁଶଧର ନାୟକ, ତପନେଶ୍ୱର ନାୟକ, ମହାଦେବ ନାୟକ, ହାତୀଦାଣ୍ଡି ଗ୍ରାମର ସ୍ଵର୍ଣ୍ଣଲତା ମହାନ୍ତ ଯଯାତି ମହାନ୍ତ, ବାକର୍ତଳା ଗ୍ରାମର ସୁନାରାମ ମାଝୀ  ଆହତ ହୋଇଛନ୍ତି।

ଏମାନେ ବିଲବାଡ଼ି ଓ  ଜଙ୍ଗଲ ଅଂଚଳରେ କାମ କରୁଥିବା ସମୟରେ ଆହତ ହୋଇଛନ୍ତି। ତେବେ ସମସ୍ତେ ଚିକିତ୍ସିତ ହୋଇ ସୁସ୍ଥ ଥିବା ବେଳେ ଆଜି ପୁଣି ଦୁଇ ଜଣ ଆହତ ହୋଇଛନ୍ତି।

ଆହତ ଦୁଇ ଜଣ ସକାଳ ୬ଟା ୩୦ ମିନିଟରେ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ହେଟାବାଘର ସମ୍ମୁଖୀନ ହୋଇଥିଲେ। ଆହତ ଦୁଇ ଜଣ ହେଉଛନ୍ତି କେଂଝାର ଗ୍ରାମର ଅଜୟ କୁମାର ମହାନ୍ତ ଓ ହାତୀଦାଣ୍ଡି ଗ୍ରାମର ସୁଜାତା ନାୟକ। ଏସି ଏଫ. ପ୍ରଭାତ କୁଅଁର ପ୍ରକାଶ କରିଛନ୍ତି ଯେ ହେଟାବାଘକୁ ବନ ବିଭାଗର କର୍ମଚାରୀମାନେ ଦେଖିନାହାନ୍ତି। କିନ୍ତୁ ପାଦ ଚି଼ହ୍ନ ଥିବାରୁ ହେଟାବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି। ହେଟାବାଘ ଆକ୍ରମଣରୁ ଦୂରେଇ ରହିବା ପାଇଁ ଆଜି ବିଭିନ୍ନ ଗ୍ରାମରେ ମାଇକ ପ୍ରଚାର ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି। ସମ୍ଭାବ୍ୟ ଅଂଚଳରେ ବନକର୍ମଚାରୀ ଉପସ୍ଥିତି ରହି ସଜାଗ ଦୃଷ୍ଟି ରଖିଛନ୍ତି।

 Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe