ଦୁଇ କୁଖ୍ୟାତ ଆନ୍ତଃଜିଲ୍ଲା ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତ ଅଧୀନ ବଙ୍ଗାଳିଡାହି ଠାରେ ଥିବା ଏକ କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଘଟଣାର ପର୍ଦାଫାସ କରିଛି।

Updated On

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତ ଅଧୀନ ବଙ୍ଗାଳିଡାହି ଠାରେ ଥିବା ଏକ କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଘଟଣାର ପର୍ଦାଫାସ କରିଛି।

ଅଦ୍ୟତନ ହୋଇଛି

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତ ଅଧୀନ ବଙ୍ଗାଳିଡାହି ଠାରେ ଥିବା ଏକ କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଘଟଣାର ପର୍ଦାଫାସ କରିଛି। ଏଥି ସହିତ ଚୋରି ସାମଗ୍ରୀ ଜବତସମେତ ଦୁଇଜଣ ପେଶାଦାର ଆନ୍ତଜିଲ୍ଲା ଲୁଟେରାଙ୍କୁ ଗିରଫ ଘଟଣାରେ ବୁଧବାର ଅପରାହ୍ନ ସାଢେ ୫ଟାରେ ବୈଶିଙ୍ଗା ଥାନା ପରିସରସ୍ଥ ଅଭ୍ୟର୍ଥନା ଗୃହରେ ଆୟୋଜିତ ପ୍ରେସ୍‌ ଇସ୍ତାହାରରେ ବେତନଟୀ ଏସଡ଼ିପିଓ ମୀନତି ବିଶ୍ୱାଳ ସୂଚନା ଦେଇଛନ୍ତିl 

ଏତଲାକାରୀ ବଙ୍ଗାଳିଡାହି ଗ୍ରାମର ପ୍ରତାପ ମହାନ୍ତଙ୍କ ପୁଅ ହେମନ୍ତ ମହାନ୍ତଙ୍କ ଅଭିଯୋଗ ମୁତାବକ ଦୁର୍ବୁତ୍ତମାନେ ଚଳିତମାସ ୯ତାରିଖ ରାତିରେ ବଙ୍ଗାଳିଡାହି ଛକରେ ଥିବା ତାଙ୍କର କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ନଗଦ ଦଶହଜାର ଟଙ୍କା ସମେତ କମ୍ପ୍ୟୁଟର, ଲାପଟପ, ବାୟୋମ୍ୟାଟ୍ରିକ ମେସିନ, କ୍ୟାମେରା, ପ୍ରିଣ୍ଟର, ପାସବୁକ ପ୍ରିଣ୍ଟର, ଏଟିଏମ ଡିଭାଇସ ଭଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରିକରି ନେଇ ଚମ୍ପଟ ମାରିଥିଲେl

ଏନେଇ ହେମନ୍ତଙ୍କ ଏତଲାକ୍ରମେ ବୈଶିଙ୍ଗା ପୁଲିସ ୯୨/୨୫ନମ୍ବରରେ ମାମଲା ରୁଜୁକରି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତକୁ ବ୍ୟାପକ କରିଥିଲା l ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସଙ୍କ ନିର୍ଦେଶରେ ଏଏସଆଇ ଭାବଗ୍ରାହୀ ମହାନ୍ତ ତଦନ୍ତଭାର ଗ୍ରହଣ କରିଥିଲେl କିଛିଦିନ ଧରି ଫେରାର ଥିବା ଦୁଇ ଅଭିଯୁକ୍ତ କାଲି ଗ୍ରାମକୁ ଫେରିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାମଲାର ତଦନ୍ତକାରୀ ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ବିଭିନ୍ନ ସ୍ଥାନରେ ଚଢାଉ କରିବାପରେ ଶେଷରେ କଳମା ପଞ୍ଚାୟତ ଅଧୀନ ଗୋବିନ୍ଦରାୟପୁରସ୍ଥିତ ଅଭିଯୁକ୍ତଙ୍କ ଘରୁ ଦୁଇଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରିବା ସମେତ  କିଓସ୍କ ବ୍ୟାଙ୍କରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଥିଲେl ଦୁଇ ଅଭିଯୁକ୍ତ ହେଉଛନ୍ତି ଗୋବିନ୍ଦରାୟପୁର ଗ୍ରାମର ୟୁସୁଫ ଖାନର ପୁଅ ଅନସାର ଖାନ ଏବଂ ଫୁଲସେନ ଖାନର ପୁଅ ନଜିମ ଖାନl।

ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ୨୦୨୨, ୨୦୨୩, ୨୦୨୪ମସିହାରେ ବୈଶିଙ୍ଗା ଥାନାରେ ରୁଜୁ ହୋଇଥିବା ଏକାଧିକ ଅପରାଧିକ ମାମଲାରେ ଜଡିତ ରହିବା ସହିତ ଅନ୍ୟ ଜିଲ୍ଲାରେ ମଧ୍ୟ ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ରହିଛନ୍ତିl ବୁଧବାର ଅପରାହ୍ନରେ ବୈଶିଙ୍ଗା ଥାନାରେ ପ୍ରେସଇସ୍ତାହାର ପରେ ଅଭିଯୁକ୍ତମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷାପରେ ବେତନଟୀ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଥିଲାl ଜାମିନ ନାମଞ୍ଜୁର ପରେ ଉଭୟ ଅଭିଯୁକ୍ତଙ୍କୁ ବାରିପଦାସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe