ଅନ୍ତଃଜିଲା ଚୋରା ମଦ ଚାଲାଣକାରୀ ୨ଭାଇଙ୍କୁ ଧରିଲା ପୁଲିସ

୧୮ନଂ ଜାତୀୟ ରାଜପଥରେ ଗୋଡ଼େଇ ଗୋଡ଼େଇ ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଟୋଲ ଗେଟ ନିକଟରେ ଏକ ଚୋରା ଦେଶୀ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କଲା ବୈଶିଙ୍ଗା ପୁଲିସl

Two siblings arrested

Two siblings arrested Photograph: (sambad.in)

ବୈଶିଙ୍ଗା: ୧୮ନଂ ଜାତୀୟ ରାଜପଥରେ ଗୋଡ଼େଇ ଗୋଡ଼େଇ ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଟୋଲ ଗେଟ ନିକଟରେ ଏକ ଚୋରା ଦେଶୀ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କଲା ବୈଶିଙ୍ଗା ପୁଲିସl ଭ୍ୟାନର ଡ଼ାଲା ଭିତରେ ବସ୍ତାରେ ଭର୍ତ୍ତି ୧୨୦୦ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବାବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ଚାଳକ ଓ ହେଲ୍ପରକୁ ମାଡି ବସିଲା ପୁଲିସ l

ସୂଚନା ଅନୁଯାଇ ଶୁକ୍ରବାର ଅପରାହ୍ନରେ ବାରିପଦା ନିକଟସ୍ଥ ଚାନ୍ଦୁଆ ଅଞ୍ଚଳରୁ ଏକ ପିକ୍‌ଅପ୍‌ (ଓଡି୦୧-ବିଏ-୫୭୧୬) ଚୋରା ଦେଶୀମଦ ଭର୍ତ୍ତି କରି ବାଲେଶ୍ୱର ଜିଲ୍ଲା ସୋର ଅଂଚଳକୁ ଯାଉଥିବା ନେଇ ବୈଶିଙ୍ଗା ଥାନା ସବଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ବିଶେଷ ସୂତ୍ରରୁ ଖବର ପାଇଥିଲେ ଓ ବେତନଟୀ ଏସ୍‌ଡିପିଓ ମିନତୀ ବିଶ୍ୱାଳଙ୍କୁ ଜଣାଇ ଥିଲେl  ସେ ବିଶ୍ୱାଳଙ୍କ ନିର୍ଦେଶକ୍ରମେ ଏଏସଆଇ ସୁବ୍ରତ ସାହୁଙ୍କୁ ନେଇ ଏକ ଟିମ ଗଠନ କରିଥିଲେ ଓ ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଜଗି ରହିଥିଲେl

କିଛି କ୍ଷଣ ପରେ ମିଳିଥିବା ଖବର ମୁତାବକ ଉକ୍ତ ଓଡି୦୧-ବିଏ-୫୭୧୬ ନଂ ବିଶିଷ୍ଟ ଭ୍ୟାନ ଟି ବାରିପଦା ପଟରୁ ଦ୍ରୁତ ଗତିରେ ଆସିଥିଲାl ତାକୁ ଅଟକାଇବାଇବାକୁ ଚେଷ୍ଟା କରିବାରୁ ସେ ଆହୁରି ଗତି ବଢ଼ାଇ ଖସିଯିବାକୁ ବସିଥିବାବେଳେ ପଦ୍ମନାଭପୁର ଟୋଲ ଗେଟ ନିକରେ ଜଗି ରହିଥିବା ଅନ୍ୟ ଏକ ଟିମ ହାତରେ ଧରା ପଡିଥିଲାl 

publive-image

ତେବେ ସଙ୍ଗେ ସଙ୍ଗେ ଭ୍ୟାନରୁ ଓହ୍ଲାଇ ଚମ୍ପଟ ମାରିବାକୁ ଉଦ୍ୟତ ହୋଉଥିବା ଦୁଇଭାଇ (ଜଣେ ଚାଳକ ଓ ଜଣେ ହେଲ୍ପର)ଙ୍କୁ କାବୁ କରିନେଇଥିଲା ପୁଲିସl ସେମାନେ ହେଲେ ବସ୍ତା ଥାନା ଅଧୀନ ପଣ୍ଡରୁଙ୍ଗି ଗ୍ରାମର ମୁନା ଔରଫ ସରୋଜ କୁମାର ଜେନା (୨୭) ଓ ତା ଭାଇ ମନୋଜ କୁମାର ଜେନା (୨୨) l ପରେ ଉକ୍ତ ଭ୍ୟାନ ଡ଼ାଲା ରୁ ୩୦ଲିଟର ଲେଖାଏଁ ଚୋରା ଦେଶୀ ମଦ ଭର୍ତ୍ତି ୪୦ଟି ଧଳା ବୁରା  ଜବତ କରିଥିଲା ପୁଲିସl ସବୁଠୁଁ ରୋଚକ ବିଷୟ ଦେଖିବାକୁ ମିଳିଥିଲା କି ଉକ୍ତ ମଦ ବେପାରୀ ମାନେ ପୁଲିସକୁ ଚଖମା ଦେବା ପାଇଁ ମଦ ଭର୍ତ୍ତି ବୁରା ଉପରେ ୩୦ଟି ପରିବା ଟ୍ରେ ସଜାଇ ରଖିଦେଇଥିଲେl ପରେ ଶନିବାର ପୁଲିସ ୧୫୨/୨୫ନଂରେ ଏକ ମାମଲା ରୁଜୁ କରି ଉଭୟ ଚାଳକ ଓ ହେଲ୍ପର ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରିଥିଲାl

ତେବେ ପୁଲିସ ସୂଚନା ଅନୁଯାଇ ଏହି ଚୋରା ମଦ ବ୍ୟବସାୟର କିଙ୍ଗପିନ ତଥା ଜବତ ଭ୍ୟାନର ମାଲିକ ତପନ କୁମାର ଦତ୍ତକୁ କିଛି ଦିନ ପୂର୍ବରୁ ବାଲେଶ୍ୱର ପୁଲିସ ଏହି ଭଳିଆ ଏକ ମଦଭର୍ତି ଭ୍ୟାନ ସହ ଗିରଫ କରିଥିଲାl ବୈଶିଙ୍ଗା ପୁଲିସ ମଧ୍ୟ ତଦନ୍ତ ପୂର୍ବକ ତପନକୁ ଧରିବାକୁ ଜାଲ ବିଛାଇବା ଆରମ୍ଭ କରିଛିl

Wine | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe