ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଡିଆରଜି ଯବାନ ଗତକାଲି ଗାଙ୍ଗଲୁର ଥାନା ଅଂଚଳର ଜଂଗଲରେ ପଶିଥିଲେ। ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଯାହାଫଳରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।
ତେବେ ନକ୍ସଲଙ୍କ ଗୁଳିରେ ଡିଆରଜିର ଦୁଇ ଯବାନ ଆହତ ହୋଇଥିଲେ। ତୁରନ୍ତ ହେଲିକେପ୍ଟର ଯୋଗେ ଦୁଇ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିଲା। ଦୁହେଁ ଏବେ ବିପଦମୁକ୍ତ ବୋଲି ଜଣାପଡିଛି।
ଯବାନ ଜଂଗଲରୁ ଫେରିନଥିବାରୁ କେତେ ମୃତାହତ ହୋଇଛନ୍ତି ତାହା ଜଣାପଡିନାହିଁ। ପୁଲିସ କହିବା ଅନୁଯାୟୀ ନକ୍ସଲ ସଂଗଠନର ବହୁ କ୍ଷତି ହୋଇଛି। ବହୁ ନକ୍ସଲ ମୃତାହତ ହୋଇଥିବା ଜଣାପଡିଛି। ତେବେ ଯବାନ ଫେରିବା ପରେ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ବୋଲି କୁହାଯାଇଛି।
Malkangiri
Follow Us