ମାନସିକ ଭୋଜିକୁ ଯାଉଥିବା ବେଳେ ପିକ୍‌ଅପ୍‌ ଓଲଟି ୨ ମୃତ, ୧୨ରୁ ଊର୍ଦ୍ଧ୍ବ ଆହତ

ମାନସିକ ଭୋଜିକୁ ଯିବା ହେଲା ଶେଷ ଯାତ୍ରା। ବନ୍ଧୁ ପରିଜନ ସହ ମାନସିକ ଭୋଜିରେ ଯୋଗଦେବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଯାଉଥିବା ବେଳେ ଜଣେ ମହିଳା ସମେତ ୨ ଜଣଙ୍କ ପ୍ରାଣହାନୀ ଘଟିଛି।

Accident in Bhanjanagar

Accident in Bhanjanagar Photograph: (sambad.in)

ଭଞ୍ଜନଗର: ମାନସିକ ଭୋଜିକୁ ଯିବା ହେଲା ଶେଷ ଯାତ୍ରା। ବନ୍ଧୁ ପରିଜନ ସହ ମାନସିକ ଭୋଜିରେ ଯୋଗଦେବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଯାଉଥିବା ବେଳେ ଜଣେ ମହିଳା ସମେତ ୨ ଜଣଙ୍କ ପ୍ରାଣହାନୀ ଘଟିଛି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏଭଳି ଏକ ଅଭାବନୀୟ ତଥା ଦୁଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିନ ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର କୁଲାଙ୍ଗି ଓ ବଡ ବୋରସିଂ ଗ୍ରାମ ମଧ୍ୟରେ।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା କଲଭର୍ଟ ସହ ଧକ୍କା ହୋଇ ଓଲଟି ପଡିବାରୁ ଏତେବଡ ଦୁର୍ଘଟଣାକୁ ସାମ୍ନା କରିଥିବା ଅନୁମାନ କରାଯାଉଛି। ଆଜି ସକାଳ ୯ଟା ସମୟରେ ଗାଡିଟି ଯାତ୍ରୀମାନଙ୍କୁ ନେଇ ବାଘଲିଙ୍ଗି ଗ୍ରାମରୁ ସାନ ବୋରସିଂ ଠାରେ ଥିବା ଏକ ଦେବୀ ପୀଠ ଠାରେ ମାନସିକ ଭୋଜି କରିବାକୁ ଆସିଥିବା ଆହାତ ଯାତ୍ରୀ ମାନେ ପ୍ରକାଶ କରିଛନ୍ତି।

ତୁରନ୍ତ ଆହାତମାନଙ୍କୁ ଆମ୍ବୁଲାନ୍ସ୍ ସହାୟତାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୋରଡ଼ା ଥାନା ବାଘଲିଙ୍ଗି ଗ୍ରାମର ଚିନ୍ତାମଣି ଗୌଡଙ୍କ ପୁଅ ବାଦଲ ଗୌଡ(୧୬) ଏବଂ କେଶରୀ ପାଟଣା ବୁଲୁ ଗୌଡଙ୍କ ପତ୍ନୀ ଚନ୍ଦ୍ରମା ଗୌଡ(୩୦)କୁ ମୃତ ଘୋଷଣା କରିଛନ୍ତି। ଏଥିସହ ବାଘଲିଙ୍ଗି ଗ୍ରାମର ସଙ୍ଗିତା ଗୌଡ(୪୬),ଅନିତା ଗୌଡ(୩୬),ସଞ୍ଜୁ ଗୌଡ(୪୦), ପ୍ରକାଶ ଚନ୍ଦ୍ର ଗୌଡ(୪୮) ଓ ମାଗତା ଗୌଡ(୬୦)ଙ୍କ ଅବସ୍ଥା ଗୁରୁତର ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂଜା ଗୌଡ(୧୨), ଚନ୍ଦ୍ରମା ଗୌଡ(୧୫), ହାଡ଼ିଆଣି ଗୌଡ଼(୪୧), ସ୍ବପ୍ନାରାଣୀ ଗୌଡ଼(୬), କୁନ୍ଦନ ଗୌଡ଼(୬୨), ଝିଆଣି ଗୌଡ଼(୪୬), ରୁଦ୍ର ଗୌଡ଼(୧୦)ର ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଗୋଟିଏ ସଂର୍ପକୀୟ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ଓ ଅନ୍ୟମାନେ ଆହାତ ହୋଇପଡିଥିବା ବେଳେ ମେଡିକାଲ ପରିସରରେ କାନ୍ଦ ବୋବାଳିରେ ଦୁଖଦ ପରିବେଶ ସୃଷ୍ଟି ହୋଇଥିଲା।

ଖବର ପାଇଁ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟଙ୍କ ସମେତ ମେଡିକାଲ ଅଧିକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଆହାତ ମାନଙ୍କ ଚିକିତ୍ସା ସଂର୍ପକରେ ପଚାରି ବୁଝିବା ସହ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ganjam 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe