ନିର୍ବାଚନ ସମ‌ୟରେ ଅସନ୍ତୁଷ୍ଟ ଯୋଗୁଁ ବିଜେଡିରେ ‌ଯୋଗ ଦେଇଥିଲେ

Advertisment

କନ୍ଧମାଳ ଜିଲ୍ଲା ଘୁମୁରସର ଉଦୟଗିରିର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୮ନଂ ୱାର୍ଡର କାଉନସିଲର ଜାକେଶ ପ୍ରଧାନ ଏବଂ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ କଂଗ୍ରେସକୁ ଫେରିଛନ୍ତି।

କନ୍ଧମାଳ ଜିଲ୍ଲା ଘୁମୁରସର ଉଦୟଗିରିର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୮ନଂ ୱାର୍ଡର କାଉନସିଲର ଜାକେଶ ପ୍ରଧାନ ଏବଂ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ କଂଗ୍ରେସକୁ ଫେରିଛନ୍ତି।

G Udayagiri congress

G Udayagiri congress Photograph: (sambad.in )

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁରସର ଉଦୟଗିରିର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୮ନଂ ୱାର୍ଡର କାଉନସିଲର ଜାକେଶ ପ୍ରଧାନ ଏବଂ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ କଂଗ୍ରେସକୁ ଫେରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କୁ ଭେଟି ଉଭୟ ନେତା କଂଗ୍ରେସ ଦଳରେ ପୁଣି ଥରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଜାକେଶ ପ୍ରଧାନ ସାଧାରଣ ନିର୍ବାଚନ ସମୟରେ ଦଳ ପ୍ରତି ଅସନ୍ତୋଷ ହୋଇ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ହେଲେ ପୁଣି ଗୋଟିଏ ବର୍ଷ ପରେ ପୁଣି ତାଙ୍କ ଘର ବାହୁଡ଼ା ହୋଇଛି। କଂଗ୍ରେସ ଦଳରେ ନିଷ୍ଠାର ସହ କାର୍ଯ୍ୟ କରି ଦଳକୁ ତୃଣମୂଳସ୍ତରରେ ଅଧିକ ମଜଭୁତ କରିବେ ବୋଲି ଜାକେଶ କହିଛନ୍ତି। ଆଶା ଓ ବିଶ୍ୱାସ ସେମାନଙ୍କ ଯୋଗଦାନ ଫଳରେ କଂଗ୍ରେସ ଅଧିକ ସୁଦୃଢ଼ ଓ ସଂଗଠିତ ହେବ।

ଜାକେଶ ପ୍ରଧାନ ସାଧାରଣ ନିର୍ବାଚନ ସମୟରେ ଦଳ ପ୍ରତି ଅସନ୍ତୋଷ ହୋଇ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ହେଲେ ପୁଣି ଗୋଟିଏ ବର୍ଷ ପରେ ପୁଣି ତାଙ୍କ ଘର ବାହୁଡ଼ା ହୋଇଛି। କଂଗ୍ରେସ ଦଳରେ ନିଷ୍ଠାର ସହ କାର୍ଯ୍ୟ କରି ଦଳକୁ ତୃଣମୂଳସ୍ତରରେ ଅଧିକ ମଜଭୁତ କରିବେ ବୋଲି ଜାକେଶ କହିଛନ୍ତି।

ଦଳରେ ତାଙ୍କୁ ସାମିଲ କରେଇ ଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ ମଲିକ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ କନ୍ଧମାଳ ଜିଲ୍ଲାର ଯୁବ ନେତା ପ୍ରତାପ କୁମାର ପ୍ରଧାନଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe