ଯୁବକଙ୍କୁ ପିଟିପିଟି ମାରିଦେଇଥିଲେ; ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼ ସହର ରାଜବାଟୀ ବାସିନ୍ଦା ଅମିତାଭ ସିଂ ୨୦୨୩ ଜାନୁଆରି ୨୧ ତାରିଖ ଅପରାହ୍ନ ୩ଟାରେ କିଛି ସାଙ୍ଗଙ୍କ ସହ ସଦରଥାନା ଲେମଲେମା ଗାଁକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

court

ସୁନ୍ଦରଗଡ଼: ଜଣେ ଯୁବକଙ୍କୁ ପିଟିପିଟି ମାରିଦେବା ମାମଲାରେ ସୁନ୍ଦରଗଡ଼ ଅତିରିକ୍ତ ଦୌରାଜଜ ୨ଜଣ ହତ୍ୟାକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। ଏହା ସହ ଜଣପ୍ରତି ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ  ଆହୁରି ୬ ମାସ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ରହିଛି। ଦଣ୍ତିତ ହତ୍ୟାକାରୀମାନେ ହେଲେ ଲେମଲେମା ଗାଁର ପୁରୁଷୋତ୍ତମ ପ୍ରଧାନ (୫୫) ଓ ବାବୁଲାଲ ପ୍ରଧାନ (୪୩)। ମାମଲାର ଅନ୍ୟ ୩ ଅଭିଯୁକ୍ତ କୃଷ୍ଣ ପ୍ରଧାନ, ଅଜୟ ପ୍ରଧାନ ଓ ଶତ୍ରୁଘ୍ନ ପ୍ରଧାନଙ୍କୁ କୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି।

ବାବୁଲାଲ ପ୍ରଧାନ ଅମିତାଭଙ୍କୁ ଜୀବନରେ ମାରିଦେବାର ଧମକ ଦେଇ ଘରକୁ ଚାଲି ଯାଇଥିଲା। ଅମିତାଭ ବାବୁଲାଲଙ୍କ ଘରକୁ ଯାଇ କାହିଁକି ଏପରି କହିଲ ବୋଲି ପଚାରିବାରୁ ହଠାତ ବାବୁଲାଲ ଉତକ୍ଷିପ୍ତ ହୋଇ ଏକ ଳୁହାରଡରେ ପିଟି ଦେଇଥିଲା।

ମାମଲାର ବିବରଣୀ ଅନୁସାରେ, ସୁନ୍ଦରଗଡ଼ ସହର ରାଜବାଟୀ ବାସିନ୍ଦା ଅମିତାଭ ସିଂ ୨୦୨୩ ଜାନୁଆରି ୨୧ ତାରିଖ ଅପରାହ୍ନ ୩ଟାରେ କିଛି ସାଙ୍ଗଙ୍କ ସହ ସଦରଥାନା ଲେମଲେମା ଗାଁକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବାବୁଲାଲ ପ୍ରଧାନ ଅମିତାଭଙ୍କୁ ଜୀବନରେ ମାରିଦେବାର ଧମକ ଦେଇ ଘରକୁ ଚାଲି ଯାଇଥିଲା। ଅମିତାଭ ବାବୁଲାଲଙ୍କ ଘରକୁ ଯାଇ କାହିଁକି ଏପରି କହିଲ ବୋଲି ପଚାରିବାରୁ ହଠାତ ବାବୁଲାଲ ଉତକ୍ଷିପ୍ତ ହୋଇ ଏକ ଳୁହାରଡରେ ପିଟି ଦେଇଥିଲା। ଦୁହିଁଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ କିଛି ଲୋକ ଅମିତାଭକୁ ସେଠାରୁ ଜଙ୍ଗଲକୁ ନେଇ ନିସ୍ତୁକ ପିଟିଥିଲେ।

ସାଙ୍ଗମାନଙ୍କଠାରୁ ସୂଚନା ପାଇ ପରିବାର ଲୋକେ ଲେମଲେମା ନିକଟ ଜଙ୍ଗଲକୁ ଯାଇ ସଂକଟାପନ୍ନ ଅବସ୍ଥାରେ ଅମିତାଭଙ୍କୁ ଉଦ୍ଧାର କରି ରାଉରକେଲା ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା। ଏ ନେଇ ମୃତକଙ୍କ ଭାଇ ବିକାଶ କୁମାର ସିଂ ସଦରଥାନା ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଲେମଲେମା ଗାଁର ପୁରୁଷୋତ୍ତମ ପ୍ରଧାନ, ବାବୁଲାଲ ପ୍ରଧାନ, କୃଷ୍ଣ ପ୍ରଧାନ, ଅଜୟ ପ୍ରଧାନ ଓ ଶତ୍ରୁଘ୍ନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଚାଲିଥିବା ବେଳେ ବିଚାରପତି ପୁଲିସ ରିପୋର୍ଟ, ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଦଣ୍ଡାଦେଶ କରିଛନ୍ତି। ମାମଲାକୁ ଏପିପି ପ୍ରଶାନ୍ତ କୁମାର ପଟେଲ ପରିଚାଳନା କରୁଥିଲେ। 

court | sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe