କଟକ: ପଞ୍ଚୁକରେ ଅଘଟଣ। କୀର୍ତ୍ତନ କରିବାକୁ ଆସିଥିଲେ ଦୁଇ ନାବାଳକ। କିନ୍ତୁ ଗାଧୋଉଥିବା ବେଳେ ଦୁଇ ନାବାଳକ ବୁଡ଼ିଗଲେ। ଖାନନଗର ସ୍ଥିତ କାଠଯୋଡ଼ିରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ନାବାଳକ। ଦୁଇ ଜଣ ନାବାଳକ ହେଲେ ଓମ୍ ଆୟୁଷ ବାରିକ(୧୨) ଓ ଓମ୍ ପ୍ରକାଶ ମହାରଣା(୧୫)। ଉଭୟ କଟକ ଭଗତପୁର ବଗଲା ଅଞ୍ଚଳର ବୋଲି ଜଣାଯାଇଛି। ଦୁଇ ନାବାଳକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି।
୩ ଭଉଣୀ ବୁଡ଼ି ଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା
ସୂଚନାଯୋଗ୍ୟ, ସିଡିଏ କାଠଯୋଡ଼ି ବିହାର ନିକଟରେ କାଠଯୋଡ଼ିରେ ଗାଧୋଉଥିବା ବେଳେ ୩ ଭଉଣୀ ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା ୨୦୨୩ରେ। ଘଟଣା ଦିନ ୧୧ଟା ବେଳେ ଏହି ଅଘଟଣ ଘଟିଥିଲା। ସେମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା ବସ୍ତି ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ କିନ୍ତୁ ନିଖୋଜ ହୋଇଯାଇଥିଲେ। ବିଡାନାସୀସ୍ଥିତ ଦମକଳ ବାହିନୀ ତିନି ଘଣ୍ଟା କାଳ ଖୋଜାଖୋଜି କରିବା ପରେ ବି ଝିଅର ପତ୍ତା ପାଇ ନଥିଲେ। ପରେ ସ୍କୁବା ଡ୍ରାଇଭର ପହଞ୍ଚି ଝିଅଟିକୁ ପାଣିରୁ ଉଦ୍ଧାର କରିବା ସହିତ ନିକଟସ୍ଥ ଏକ ଘରୋଇ ହସପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ମୃତ ଝିଅଟିର ବୟସ ଏଗାର ବର୍ଷ।
ସୂଚନା ଅନୁଯାୟୀ. ସ୍ୱାଗତିକା ସାହୁ ପରିବାର ସହିତ କାଠଯୋଡ଼ି ବିହାର ବସ୍ତିରେ ରୁହନ୍ତି। ତାଙ୍କର ଜଣେ ଭଉଣୀ ଭୁବନେଶ୍ୱରରେ ରୁହନ୍ତି। ଭୁବନେଶ୍ବରରୁ ଭଉଣୀଙ୍କ ଦୁଇ ଝିଅ ତାଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଜି ଦିନ ପ୍ରାୟ ୧୧ଟା ବେଳେ ସ୍ୱାଗତିକାଙ୍କ ଝିଅ ଓ ତାଙ୍କ ଭଉଣୀଙ୍କ ଦୁଇ ଝିଅ ଘର ପାଖ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ। ସ୍ୱାଗତିକାଙ୍କ ଭଉଣୀଙ୍କର ଗୋଟିଏ ଝିଅ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ଥିବା ସାମାଜିକ କର୍ମୀ ଗଣେଶ ବେହେରା କହିବା ଅନୁଯାୟୀ ଯେଉଁ ଜାଗାରେ ଏହି ଅଘଟଣ ଘଟିଲା ସେଠାରେ ପାଣି ଅଧିକ ନ ଥିଲେ ବି ଚୋରା ବାଲିରେ ପୋତି ହୋଇଯିବା ହେତୁ ଶିଶୁଟିର ଜୀବନ ଯାଇଛି। ଆଗରୁ ମଧ୍ୟ ଏହି ଚୋରା ବାଲି ପାଇଁ ଅନେକ ଦୁର୍ଘଟଣା ଘଟିଛି। ତେଣୁ ସରକାର ଏଠାରେ ସତର୍କ ସୂଚନା ଫଳକ ଲଗାଇବାକୁ ସେ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ:Police SI Exam Scam Sankar Prusty: ଓଡ଼ିଶା ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣା: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ଭୁବନେଶ୍ବର ଆଣିଲା କ୍ରାଇମବ୍ରାଞ୍ଚ
କାଠଯୋଡ଼ି ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପାଣିରେ ବୁଡ଼ିଯାଇଥିବାର ଆଶଙ୍କା
କାଠଯୋଡ଼ିରେ ୨୦୨୦ର ଏକ ଅଘଟଣକୁ ଆଜିଯାଏ ଭୁଲିନାହାନ୍ତି କଟକବାସୀ। ସେଦିନ ସକାଳେ କଟକ ମହାନଗରର ଖାନନଗର କାଠଯୋଡ଼ି ନଦୀପଠାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସକାଳ ପ୍ରାୟ ୭ଟା ସମୟରେ କଟକ ଖାନ ନଗର ନିକଟ କାଠଯୋଡ଼ି ପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଅବଶ୍ୟ ମିଳିଥିଲା। ମୃତକଜଣକ ବୟାଳିଶି କଟକର ମଉଜା ଅଞ୍ଚଳର ବାବୁଲି ବେହେରା ବୋଲି ଜଣାଯାଇଥିଲା। ସେ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିବାର ଆଶଙ୍କା କରାଯାଉଥିଲା।
ଆହୁରି ପଢ଼ନ୍ତୁ:Elephant Ill Train Death: ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ, ସୁକଯୋଡ଼ି ଜଙ୍ଗଲରେ ମାଈ ହାତୀ ଅସୁସ୍ଥ
ନଦୀ ପଠାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବା ପରେ ସେମାନେ ବାଦାମବାଡ଼ି ଥାନା ପୁଲିସକୁ ଖବର ଦେଇଥିଲେ। ବାଦାମବାଡ଼ି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/minor-kathajodi-2025-11-02-09-44-51.png)