ସର୍ଚ୍ଚ ଅପରେସନ ‌ବେଳେ ପୁଲିସ ପାଖରୁ ଖସିପାରିଲେନି ୨ ମାଓବାଦୀ

ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ଆଉ ଏକ ବଡ ସଫଳତା। ଜଂଗଲରେ ଅପରେସନ ବେଳେ ୨ ମାଓବାଦୀକୁ ଗିରଫ କରିବାରେ ଜିଲ୍ଲା ପୁଲିସ ସଫଳ ହୋଇଛି। ଏମାନେ ପୁଲିସ ଆଖିରୁ ଖସିଯିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଛନ୍ତି।

Naxal

Naxal Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ଆଉ ଏକ ବଡ ସଫଳତା। ଜଂଗଲରେ ଅପରେସନ ବେଳେ ୨ ମାଓବାଦୀକୁ ଗିରଫ କରିବାରେ ଜିଲ୍ଲା ପୁଲିସ ସଫଳ ହୋଇଛି। ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଅଂଚଳରେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିଲେ।

ଜଂଗଲରେ ଯବାନଙ୍କୁ ଦେଖି କିଛି ବ୍ୟକ୍ତି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତୁରନ୍ତ ଯବାନ ଜଂଗଲକୁ ଘେରି ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ପଚରାଉଚରା କରିଥିଲେ। 

ପଚରାଉଚରା ବେଳେ ଦୁହେଁ ନକ୍ସଲ ସଂଗଠନରେ କାମ କରୁଥିବା କହିବା ସହ ଲ୍ୟାଣ୍ଡମାଇନ ଖଞ୍ଜିବା ସେମାନଙ୍କର କାମ ଥିବା କହିଥିଲେ। ଗିରଫ ହୋଇଥିବା ଦୁଇ ନକ୍ସଲ ହେଲେ ସୋଡି ଦୁଲା ଏବଂ ମାଡ଼ବୀ ବୁଦରା। ଗତ ୨୦୨୩ ମସିହାରେ ମେନପା ଅଂଚଳରେ ଲ୍ୟାଣ୍ଡମାଇନ ଖଞ୍ଜି ଦୁଇ ଯବାନଙ୍କୁ ଆହତ କରିଥିଲେ। ତେବେ ଏହି ଦୁଇ ନକ୍ସଲ ଗିରଫ ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe