ସର୍ଚ୍ଚ ଅପରେସନ ବେଳେ ଯବାନଙ୍କ ହାବୁଡ଼ରେ ପଡ଼ିଲେ ୨ ଯବାନ

ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ୨ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଚିନ୍ତାଗୁମ୍ଫା ଥାନା ଅଂଚଳର କରିଗୁଡମ ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଜଂଗଲରେ ଦୁଇ ଜଣ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ।

naxal

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ୨ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଚିନ୍ତାଗୁମ୍ଫା ଥାନା ଅଂଚଳର କରିଗୁଡମ ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଜଂଗଲରେ ଦୁଇ ଜଣ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ।

ତୁରନ୍ତ ଯବାନ ଘେରାବନ୍ଦୀ କରି ଦୁଇ ସନ୍ଦଗ୍ଧ ବ୍ୟକ୍ତିଙ୍କୁ କାବୁ କରିଥିଲେ। ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ଜଣେ ମଡକମ କେଶା ଏବଂ ଅନ୍ୟ ଜଣେ ମାଡକମ ଚେତୁ ବୋଲି ପରିଚୟ ଦେଇଥିଲା। ଦୁଇ ଜଣ ବ୍ୟକ୍ତି ନକ୍ସଲ ସଂଗଠନର ଡିକେଏମଏସ ସଦସ୍ୟ ରୂପେ କାର୍ଯ୍ୟ କରୁଥିବା କହିଥିଲେ।

ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏମାନେ ସ୍ପାଇକ ହଲ ତିଆରି କରୁଥିଲେ। ୧୮ଟି ସ୍ପାଇକ ଲୁହା ଏମାନଙ୍କ ଠାରୁ ଜବତ କରାଯାଇଛି।ଏମାନଙ୍କୁ ଧରି ଅଧିକ ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe