ସୁରକ୍ଷା ବାହିନୀକୁ ପୁଣି ସଫଳତା: ନୂଆପଡ଼ା ସମୀନ୍ତ ଜଙ୍ଗଲରେ ୨ ନକ୍ସଲ ନିପାତ

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲମାନେ ଥିବା ନେଇ ସୁରକ୍ଷା ବାହିନୀର ୧୦ଟି ଟିମ୍‌ ମିଳିତ ଅଭିଯାନ କରିଥିଲେ। ଏଥିରେ ୩ଟି ଏସ୍‌ଓଜି, ୨ଟି ଛତିଶଗଡ଼ ପୁଲିସ ଓ ୫ଟି ସିଆରପିଏଫ୍‌ର ଟିମ୍‌ ସାମିଲ ଥିଲେ। ସୁରକ୍ଷା ବାହିନୀର ଗୁଳିରେ ୨ ଜଣ ନକ୍ସଲଙ୍କର ମୃତଦେହ ମିଳିଛି।

naxal encounter

ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ମେନ୍‌ପୁର ଥାନା ଅଧୀନ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। 

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲମାନେ ଥିବା ନେଇ ସୁରକ୍ଷା ବାହିନୀର ୧୦ଟି ଟିମ୍‌ ମିଳିତ ଅଭିଯାନ କରିଥିଲେ। ଏଥିରେ ୩ଟି ଏସ୍‌ଓଜି, ୨ଟି ଛତିଶଗଡ଼ ପୁଲିସ ଓ ୫ଟି ସିଆରପିଏଫ୍‌ର ଟିମ୍‌ ସାମିଲ ଥିଲେ। ସୁରକ୍ଷା ବାହିନୀର ଗୁଳିରେ ୨ ଜଣ ନକ୍ସଲଙ୍କର ମୃତଦେହ ମିଳିଛି। ଏଥି ସହି ଘଟଣାସ୍ଥଳରୁ ଗୋଟିଏ ଏସ୍‌ଏଲ୍‌ଆର ବନ୍ଧୁକ, ୩ଟି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି। 

Naxal in Chhattisgarh
Naxal in Chhattisgarh Photograph: (Sambad )

ଏହି ଖବର ପଢ଼ନ୍ତୁ: ଯବାନଙ୍କ ଗୁଳିରେ ୩ ନକ୍ସଲ ନିହତ

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ପୁଲିସ ଏବଂ ସିଆରପିଏଫର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଆଜି ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟ ବେଳେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି।  

ଏହି ଖବର ପଢ଼ନ୍ତୁ: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ

ସୂଚନାଯୋଗ୍ୟ, ଗତ ୩ ତାରିଖରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ ବେଳେ ୩ ଜଣ ନକ୍ସଲଙ୍କୁ ନିପାତକରିଥିଲେ। ଗରିଆବନ୍ଧ ଓ ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ଗୋଇନ୍ଦା ବିଭାଗ ଓ ସୁରକ୍ଷା ବାହିନୀର ଯବାନମାନେ ଖବର ପାଇ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ଅପରେସନ୍‌ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌)କୁ ଓଡ଼ିଶାର ସ୍ପେସାଲ ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ଓ ଛତିଶଗଡ଼ ସ୍ପେସାଲ ଫୋର୍ସ ସହଯୋଗ କରିଥିଲେ।  ଯବାନମାନେ ନକ୍ସଲଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ନକ୍ସଲ ନିହତ ହୋଇଥିଲେ। ୫ଟି ମାରଣାସ୍ତ୍ର ସହ ମାଓବାଦୀ ସାମଗ୍ରୀ ଜବତ ହୋଇଛି। 

ଏହି ଖବର ପଢ଼ନ୍ତୁ: ମୁହଁ ଖୋଲିଲେ ଦେବେଶ, ଏମିତି ଦେଲେ ପ୍ରତିକ୍ରିୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe