ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ନକ୍ସଲ: ୨ ଯବାନ ସହିଦ

ଛତିଶଗଡ଼ରେ ନକ୍ସଲ ମାତିଛନ୍ତି। ସୁରକ୍ଷାବାହିନୀ ଯେତେ କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ କମ ପଡ଼ିଯାଉଛି। କିଛି ଦିନ ପୂର୍ବରୁ ୩୮ ଜଣ ନକ୍ସଲ ନିପାତ ହୋଇଥିଲେ ମଧ୍ୟ ଲାଲବାହିନୀ ମୁଣ୍ଡ ନୁଆଇଁ ନାହାନ୍ତି। ନାରାୟଣପୁର ଜିଲ୍ଲାର ଓରଛା, ଇରକାଭଟ୍ଟି ଓ ମେହନ୍ଦୀ ଅଂଚଳରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି।

cg

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ମାତିଛନ୍ତି। ସୁରକ୍ଷାବାହିନୀ ଯେତେ କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ କମ ପଡ଼ିଯାଉଛି। କିଛି ଦିନ ପୂର୍ବରୁ ୩୮ ଜଣ ନକ୍ସଲ ନିପାତ ହୋଇଥିଲେ ମଧ୍ୟ ଲାଲବାହିନୀ ମୁଣ୍ଡ ନୁଆଇଁ ନାହାନ୍ତି। ନାରାୟଣପୁର ଜିଲ୍ଲାର ଓରଛା, ଇରକାଭଟ୍ଟି ଓ ମେହନ୍ଦୀ ଅଂଚଳରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ନକ୍ସଲ ସହିଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସହିଦ ଯବାନମାନେ ହେଲେ ଅମର ବନୱାର(୩୬) ଏବଂ କେ.ରାଜେଶ(୩୬)। 

ସୂଚନା ଅନୁସାରେ ଓରଛା, ଇରକାଭଟ୍ଟି ଓ ମେହନ୍ଦୀ ଅଂଚଳରେ ନକ୍ସଲ କ୍ୟମ୍ପ କହି ରହିଥିବା ନେଇ ପୁଲିସ ଗୁଇନ୍ଦା ସୂଚନା ପାଇବା ପରେ ତୁରନ୍ତ ବିଏସ୍‌ଏଫ୍‌ ଏବଂ ଡିଆରଜି ଯବାନ ଏହି ଅଂଚଳକୁ କୁମ୍ବିଂ ପାଇଁ ଗତକାଲି ବାହାରିଥିଲେ। ଆଜି ସକାଳୁ ଯବାନ ଫେରୁଥିବା ବେଳେ ନକ୍ସଲ ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଯବାନ ଆସୁଥିବା ବେଳେ ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ଫଳରେ ୪ ଜଣ ଯବାନ ଆହତ ହୋଇଥିଲେ।

ଆହତ ଯବାନଙ୍କ ମଧ୍ୟରୁ ଆଇଟିବିପିର ଯବାନ ଅମର ବନୱାର ଏବଂ କେ.ରାଜେଶ ସହିଦ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବା ଜଣାପଡିଛି।

ଏନେଇ ପୁଲିସ ବିସ୍ତୃତ ସୂଚନା ପ୍ରଦାନ କରିବ ବୋଲି କହିଛି। ନକ୍ସଲ ଏବେ ଘାଇଲା ବାଘ ଭଳି ରହିଛନ୍ତି। ପୁଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନାରେ ଆଜି ସଫଳ ହୋଇଛନ୍ତି। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe