ମୃତ ୩ ନକ୍ସଲ ମଧ୍ୟରୁ ୨ ଜଣଙ୍କ ନାମରେ ଥିଲା ୪୧ ଲକ୍ଷ

ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ହୋଇଥିବା ପୁଲିସ ଏନକାଉଣ୍ଟରରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଏହି ତିନି ନକ୍ସଲଙ୍କର ଚିହ୍ନଟ ହୋଇଛି। ଏମାନେ ହେଲେ ଡିକେଜେଡଏସସି ଓ ଡିଭିସିଏମ ସଦସ୍ୟ ରୁପେଶ ଓ ଜଗଦିଶ। ଅନ୍ୟ ଜଣେ ମହିଳା ନକ୍ସଲଙ୍କର ଚିହ୍ନଟ ହୋଇପାରି ନାହିଁ।

naxal

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ହୋଇଥିବା ପୁଲିସ ଏନକାଉଣ୍ଟରରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଏହି ତିନି ନକ୍ସଲଙ୍କର ଚିହ୍ନଟ ହୋଇଛି। ଏମାନେ ହେଲେ ଡିକେଜେଡଏସସି ଓ ଡିଭିସିଏମ ସଦସ୍ୟ ରୁପେଶ ଓ ଜଗଦିଶ। ଅନ୍ୟ ଜଣେ ମହିଳା ନକ୍ସଲଙ୍କର ଚିହ୍ନଟ ହୋଇପାରି ନାହିଁ।

ଡିକେଜେଡଏସସି ସଦସ୍ୟ ରୁପେଶ ନାମରେ ୨୫ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିବା ବେଳେ ଡିଭିସିଏମ ସଦସ୍ୟ ଜଗଦିଶ ନାମରେ ୧୬ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା।

ତେବେ ନାରାୟଣପୁର ପୁଲିସ ଏସପି ପ୍ରଭାତ କୁମାରଙ୍କ କହିବା ହେଲା ଡିକେଜେଡଏସସି ସଦସ୍ୟ ରୁପେଶ ନାମରେ ୨୫ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିବା ବେଳେ ଡିଭିସିଏମ ସଦସ୍ୟ ଜଗଦିଶ ନାମରେ ୧୬ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା। ଏମାନଙ୍କ ଠାରୁ ଏକେ-୪୭, ଗୋଟିଏ ଇନସାସ ଏବଂ ଏସଏଲଆର ବନ୍ଧୁକ ଜବତ ହୋଇଛି। ଗତ ୬ ମାସ ମଧ୍ୟରେ ୧୫୦ରୁ ଊର୍ଦ୍ଧ୍ବ ନକ୍ସଲଙ୍କୁ ପୁଲିସ ମାରିଥିବା କହୁଥିବା ବେଳେ ୫୦୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲଙ୍କୁ ରାଜ୍ୟରୁ ମୂଳତ୍ପାଟନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe