ନକ୍ସଲ ଏନକାଉଣ୍ଟର ଘଟଣା: ଚିହ୍ନଟ ହେଲେ ୨ ନକ୍ସଲ, ୫ ଲକ୍ଷ ଲେଖାଏଁ ପୁରସ୍କାର ଥିଲା

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୁଣ୍ଡରାଜଗୁଡେମ ଜଂଗଲରେ ହୋଇଥିବା ପୁଲିସ ନକ୍ସଲ ଗୁଳିବିନିମୟରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଥଇବା ବେଳେ ବୁ୍ନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଥିଲା।

ଅଦ୍ୟତନ ହୋଇଛି
Naxal

Naxal Photograph: (Sambad )

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୁଣ୍ଡରାଜଗୁଡେମ ଜଂଗଲରେ ହୋଇଥିବା ପୁଲିସ ନକ୍ସଲ ଗୁଳିବିନିମୟରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଥଇବା ବେଳେ ବୁ୍ନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଥିଲା।

ତେବେ ମୃତ୍ୟୁବରଣ କରିଥିବା ଦୁଇ ମାଓବାଦୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ନାମରେ ସରକାର ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ମୃତ ମାଓବାଦୀମାନେ ହେଲେ ପାମେଡ ଏରିଆ କମିଟିର ମହିଳା ଏସିଏମ ସୋଡି ଲିଙ୍ଗେ ଏବଂ ଏସିଏମ ପଡିଆମ ହଡମା। ମୃତ ନକ୍ସଲମାନଙ୍କ ଠାରୁ ବନ୍ଧୁକ,ବିଜିଏଏଲ ଲଞ୍ଚର,ଜୀବନ୍ତ ଗୁଳି,ନକ୍ସଲ ପୁସ୍ତକ ଇତ୍ୟାଦି ଜବତ କରାଯାଇଛି।

ଅନ୍ୟ ଏକ ଘଟଣାରେ ସୁକମା ଜିଲ୍ଲାର କିଷ୍ଟରାମ ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଡୁବ୍ବାମାର୍କା ଅଂଚଳରେ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରୁ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଉଦ୍ଧାର କରିଥଇଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ।

ପ୍ରକାଶ ଥାଉକି ଗତ ୨୦୨୪ ଅଗଷ୍ଟ ୧୨ ତାରିଖ ଦିନ ଏହି ଅଂଚଳରେ ହିଁ ଲ୍ୟାଣ୍ଡମାଇନ ବିସ୍ଫୋରଣ ଫଳରେ ଜଣେ ମହିଳା କାବାସି ସୁକ୍କିଙ୍କର ମୃତ୍ୟୁ ହୋଇଥିଲା। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଏଭଳି ଜଂଗଲରେ ନକ୍ସଲ ବୋମା ଖଞ୍ଜିଥାନ୍ତି। ତେବେ ଯବାନଙ୍କ ଦ୍ବାରା ଉଚିତ ସମୟରେ ବୋମାକୁ ଉଦ୍ଧାର କରାଯିବା ପରେ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଥିଲା ବୋଲି କୁହାଯାଇଛି। ଆଉ ଏକ ନକ୍ସଲଙ୍କର ବଡ ଯୋଜନାକୁ ଯବାନ ପଣ୍ଡ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe