ଏନକାଉଣ୍ଟରେ ମାଲକାନଗିରି, କୋରାପୁଟର ୨ ମାଓନତା ନିହତ

Advertisment

ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନରେ ଦୁଇ କ୍ୟାଡର ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏହି ଅପରେସନରେ ମାଲକାନଗିରି ଜିଲ୍ଲାର ଡିସିଏମ କ୍ୟାଡର ଏବଂ କୋରାପୁଟ ଜିଲ୍ଲାର ଏସିଏମ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନରେ ଦୁଇ କ୍ୟାଡର ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏହି ଅପରେସନରେ ମାଲକାନଗିରି ଜିଲ୍ଲାର ଡିସିଏମ କ୍ୟାଡର ଏବଂ କୋରାପୁଟ ଜିଲ୍ଲାର ଏସିଏମ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Security force

Security force Photograph: (sambad.in)

ମାଲକାନଗିରି: ସୀମାନ୍ତରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନରେ ଦୁଇ କ୍ୟାଡର ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏହି ଅପରେସନରେ ମାଲକାନଗିରି ଜିଲ୍ଲାର ଡିସିଏମ କ୍ୟାଡର ଏବଂ କୋରାପୁଟ ଜିଲ୍ଲାର ଏସିଏମ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ମାଲକାନଗିରି ଜିଲ୍ଲା ସୀମାନ୍ତ  ଆନ୍ଧ୍ରର ଆଲୁରି ସୀତାରାମ ରାଜୁ ଜିଲ୍ଲାର ୱାଇ ରାମଭରମ ଜଙ୍ଗଲରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ପୁଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବେଳେ ଏମାନଙ୍କ ମୁଣ୍ଡର ୮ ଲକ୍ଷ ଓ ୫ ଲକ୍ଷ ଟଂକାର ପୁରସ୍କାର ରହିଥିଲା।

ମୃତ ମାଓବାଦୀ ମାଲକାନଗିରି ଜିଲ୍ଲାର କାଲିମେଳା ଏରିଆ କମିଟିର ଡିସିଏମ କ୍ୟାଡର ମାଓ ନେତା ରମେଶ ଏବଂ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅଞ୍ଚଳର ଏସିଏମ କ୍ୟାଡର ମାଓବାଦୀ ନେତା ସନ୍ତୁ ନାଚିକାର ମୃତ୍ୟୁ ନେଇ ସୂଚନା ମିଳିଛି। ଘଟଣା ସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ। ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନ ବେଳେ ଏହି ବଡ଼ ସଫଳତା ମିଳିଛି। ଆହୁରି ଅଧିକ ମାଓବାଦୀ ମୃତାହତ ନେଇ ଆଶଙ୍କା କରୁଛି ସୁରକ୍ଷକର୍ମୀ। ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। 

 Malkangiri | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe