ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ନକ୍ସଲ ନିପାତ; ମୁଣ୍ଡ ଉପରେ ଥିଲା ୧୩ ଲକ୍ଷ ଟଙ୍କା

ଗୋଟିଏ ପଟେ ନକ୍ସଲ ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ବାରମ୍ବାର ପ୍ରେସ୍‌ ବିଜ୍ଞପ୍ତିରେ ଅନୁରୋଧ କରୁଥିବା ବେଳେ ସରକାର କିନ୍ତୁ ନକ୍ସଲଙ୍କର ଏହି ଶାନ୍ତିବାର୍ତ୍ତା ପ୍ରସ୍ତାବକୁ ଗ୍ରହଣ କରି ପ୍ରଥମେ ଆତ୍ମସମର୍ପଣ କରିବାକୁ ସର୍ତ୍ତ ରଖିଛନ୍ତି।

naxal Encounter

naxal Encounter Photograph: (sambad.in)

ମାଲକାନଗିରି: ଗୋଟିଏ ପଟେ ନକ୍ସଲ ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ବାରମ୍ବାର ପ୍ରେସ୍‌ ବିଜ୍ଞପ୍ତିରେ ଅନୁରୋଧ କରୁଥିବା ବେଳେ ସରକାର କିନ୍ତୁ ନକ୍ସଲଙ୍କର ଏହି ଶାନ୍ତିବାର୍ତ୍ତା ପ୍ରସ୍ତାବକୁ ଗ୍ରହଣ କରି ପ୍ରଥମେ ଆତ୍ମସମର୍ପଣ କରିବାକୁ ସର୍ତ୍ତ ରଖିଛନ୍ତି। ଏହି ଭିତରେ କିନ୍ତୁ ସରକାର ମାଓ ଦମନରେ କୌଣସି ଢିଲା ବର୍ତ୍ତି ନାହାନ୍ତି। ଲଗାତାର ମାଓ ଦମନ ନେଇ ଯବାନ ଜଂଗଲରେ କୁମ୍ବିଂ ଜାରି ରଖିଛନ୍ତି।

ଏହି କ୍ରମରେ ଆଜି କୋଣ୍ଡାଗାଓଁ ଏବଂ ନାରାୟଣପୁର ଜିଲ୍ଲାର ସୀନ୍ତ କିଲମ ଏବଂ ବରଗୁମ ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଦୁଇ ଜଣ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି।

ଏମାନଙ୍କ ମୁଣ୍ଡରେ ସରକାର ୧୩ ଲକ୍ଷ ଟଂକାର ପୁରସ୍କାର ରଖିଥିବା କୁହାଯାଇଛି। ଏଥିସହ ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଜଂଗଲରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ଏହି ଏନକାଉଣ୍ଟରରେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ପୁଲିସ ଅନୁମାନ କରୁଛି।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe