ବିଦେଶୀ ନାଗରିକଙ୍କୁ ମୋବାଇଲ୍‌ ସିମ୍‌ ବିକ୍ରି କରି ଛତ୍ରପୁରରେ ୨ ଗିରଫ

ଗଂଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ଜାହାଜରେ ଆସୁଥିବା ବିଦେଶୀ ନାଗରିକମାନଙ୍କୁ ବେଆଇନ୍ନି‌ ଭାରତୀୟ ମୋବାଇଲ ସିମ୍‌ ବିକ୍ରି କରୁଥିବା ଅଭିଯୋଗରେ ଆଜି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ୍ କତୁରୁ ଗ୍ରାମର ଜି. ଶାମ୍ବା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରିଛି।

mobile sim

mobile sim Photograph: (sambad.in)

ଛତ୍ରପୁର: ଗଂଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ଜାହାଜରେ ଆସୁଥିବା ବିଦେଶୀ ନାଗରିକମାନଙ୍କୁ ବେଆଇନ୍ନି‌ ଭାରତୀୟ ମୋବାଇଲ ସିମ୍‌ ବିକ୍ରି କରୁଥିବା ଅଭିଯୋଗରେ ଆଜି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ୍ କତୁରୁ ଗ୍ରାମର ଜି. ଶାମ୍ବା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରିଛି। ଏହା ସହିତ ତାଙ୍କୁ ସିମ ଯୋଗାଉଥିବା ସେହି ଗ୍ରାମର ମୋବାଇଲ ଦୋକାନୀ ଏ. କାମୟୋଙ୍କୁ ମଧ୍ୟ ପୁଲିସ୍ ଗିରଫ୍ କରିଥିବା ସୂଚନା ମିଳିଛି। ଏମାନଙ୍କ ଠାରୁ ବିଭିନ୍ନ କମ୍ପାନିର ୭୦ଟି ସିମ୍ ଜବତ କରାଯିବା ସହ ୟୁନାଇଟଡେ ଅଫ୍ ଷ୍ଟେଟ ଆମେରିକାର ୨୨ ଡଲାର ଟଙ୍କା ଜବତ କରାଯାଇଛି।

ବିଦେଶୀ ନାଗରିକମାନଙ୍କୁ ଭାରତୀୟ ସିମ୍ ଯୋଗାଇବା ଏକ ଅପରାଧ ଅଟେ। ଏପରି ସିମ୍‌ ଯୋଗାଇ ମୋଟା ଅଙ୍କରେ ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ଆଜି ବିଶେଷ ସୁତ୍ରରୁ ଖବର ପାଇ ପୁଲିସ୍ ଗୋପାଳପୁର ବନ୍ଦରକୁ ଜାହାଜରେ ଆସିଥିବା ବିଦେଶୀଙ୍କୁ ସିମ କାର୍ଡ ବିକିବା ପୂର୍ବରୁ ଚଢାଉ କରିଛି।

ଏହି ଚଢାଉରେ ଗୋପାଳପୁର ପୋର୍ଟରେ ଫୋରମ୍ୟାନ ଭାବେ କାର୍ଯ୍ୟ କରୁଥିବା ଜି. ଶାମ୍ବା କୁ ଗିରଫ୍ କରିଛି। ପ୍ରଥମେ ତା ଠାରୁ ୩୪ଟି ପ୍ରି ଆକ୍ଟିଭ ସିମ ସହ ୨୨ ଡଲାର ଟଙ୍କା ଜବତ କରିଛି। ଏହାର ଖୋଳତାଡ ଭାବେ ଏହି ସିମ୍ ବିକ୍ରି କରୁଥିବା ସେହି ଗ୍ରାମର ଏ. କାମେୟାଙ୍କ ଠାରୁ ୩୬ ଟି ବିଭିନ୍ନ କମ୍ପାନୀର ସିମ ଜବତ କରିଥିବା ନେଇ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡେଇ ସୂଚନା ଦେଇଛନ୍ତି।

ତେବେ ସେମାନେ କେତେ ଦିନ ଧରି ଏ ବେଆଇନ ବ୍ୟବସାୟରେ ଲିପ୍ତ ରହିଥିଲେ, ଏଥିରେ ଆହୁରି କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ପୁଲିସ୍‌ର ତଦନ୍ତ ଜାରି ରଖିଛି। ପୁଲିସ୍ କହିବା ଅନୁସାରେ ଜି. ଶାମ୍ବା ଏ କାମେୟା ଠାରୁ ଅଳ୍ପ ଟଙ୍କା ଦେଇ ସିମ କିଣି ପୋର୍ଟକୁ ଆସୁଥିବା ବିଦେଶୀ ନାଗରିକମାନଙ୍କୁ ହଜାର ହଜାର ଟଙ୍କାରେ ବିକ୍ରି କରୁଥିଲା। ବିଦେଶୀ ନାଗରିକମାନେ ଡାଟା ବ୍ୟବହାର କରି ହ୍ୱାଟସାପ ମାଧ୍ୟମରେ କଥାବାର୍ତ୍ତା ହେଉଥିଲେ। ବ୍ୟବହାର ପରେ ସେଗୁଡିକୁ ନଷ୍ଟ କରାଯାଉଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜିର ଏହି ଚଢ଼ାଉ ବେଳେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟାଭାରତୀ ନାୟକ, ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ବହୁ ପୁଲିସ୍ କର୍ମଚାରୀ ସାମିଲ ଥିଲେ।

Mobile network | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe