ଯାଜପୁରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଦୁଇ ଆହତ

Advertisment

ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ରୋଗୀ ଛାଡି ଫେରୁଥିବା ଆମ୍ବୁଲାନସ ଶୁକ୍ରବାର-ଶନିବାର ରାତି ୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।

ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ରୋଗୀ ଛାଡି ଫେରୁଥିବା ଆମ୍ବୁଲାନସ ଶୁକ୍ରବାର-ଶନିବାର ରାତି ୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।

jajpur accident ambulance

Ambulance accident in Jajpur Photograph: (Sambad )

ଯାଜପୁର: ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ରୋଗୀ ଛାଡି ଫେରୁଥିବା ଆମ୍ବୁଲାନସ ଶୁକ୍ରବାର-ଶନିବାର ରାତି ୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଆଟେଣ୍ଡାଣ୍ଟ ବଉଲାଙ୍ଗ ମଧୁପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହୋଇଛି। ମୃତଦେହ ଧର୍ମଶାଳା ଚିକିତ୍ସାଳୟରେ ଥିବା ବେଳେ ଡ୍ରାଇଭର କୈଳାସ ପଣ୍ଡା ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣାରେ ଆଟେଣ୍ଡାଣ୍ଟ ବଉଲାଙ୍ଗ ମଧୁପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହୋଇଛି। ମୃତଦେହ ଧର୍ମଶାଳା ଚିକିତ୍ସାଳୟରେ ଥିବା ବେଳେ ଡ୍ରାଇଭର କୈଳାସ ପଣ୍ଡା ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଶ୍ରମ ନିୟମକୁ ଉଲଘଂନ କରି ସେବା ଯୋଗାଣକାରୀ ସଂସ୍ଥା ୮ ଘଣ୍ଟା ବଦଳରେ ୨୪ ଘଣ୍ଟା କାର୍ଯ୍ୟରେ ଲଗାଉଥିବା ବେଳେ ଏପରି ବାରମ୍ବାର ଦୁର୍ଘଟଣା ଘଟୁଛି। ଦଶରଥପୁରର ଏହି ୧୦୮ ଗାଡି ଦିନରେ ୬ଟି ରୋଗୀ ସେବା ଦେବା ପରେ  ସଂଧ୍ୟାରେ ରୋଗୀକୁ କଟକରେ ଛାଡି ଫେରିଲା ‌ବେଳେ ଦୁର୍ଘଟଣା ଘଟିଛି। ତେବେ ଡ୍ରାଇଭରମାନଙ୍କୁ ବିଶ୍ରାମ ପାଇଁ ସମୟ ମିଳୁନଥିବାରୁ  ଏପରି ଦୁର୍ଘଟଣା ଘଟୁଥିବା ସଂଘ ପକ୍ଷରୁ କୁହାଯାଉଛି। ଯାହାକି ଚଳିତ ମାସରେ ଓଡିଶାରେ ମୋଟ ୧୦ଟି ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଣୁ କର୍ମଚାରୀମାନଙ୍କୁ ଶ୍ରମ ନିୟମାନୁସାରେ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଦାବି ହେଉଛି।

Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe