ମହାନଦୀରେ ପୁଣି ଅଘଟଣ: ୨ ଜଣ ନିଖୋଜ, ଖୋଜାଖୋଜି ଜାରି

ମହାନଦୀରେ ପୁଣି ଅଘଟଣ ଘଟିଛି। ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅଧୀନ ଧୋବାପଡ଼ା ଘାଟରେ ବୁଡ଼ିଯାଇ ୨ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନେ ହେଲେ ତିୱାରୀଗଳି ନିବାସୀ ଓ ସେମାନେ ନବମ ଶ୍ରେଣୀର ଛାତ୍ର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ଅଦ୍ୟତନ ହୋଇଛି
drawn

ମହାନଦୀରେ ପୁଣି ଅଘଟଣ ଘଟିଛି। ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅଧୀନ ଧୋବାପଡ଼ା ଘାଟରେ ବୁଡ଼ିଯାଇ ୨ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନେ ଏସ୍‌ କନିତ୍‌ ଓ ହିମାଂଶୁ ସିଂହ। ଏମାନେ ତିୱାରୀଗଳି ନିବାସୀ ଓ ନବମ ଶ୍ରେଣୀର ଛାତ୍ର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ୪ଟାର ମହାନଦୀର ଧୋବାଘାଟରେ ୨ ଜଣ ବୁଡ଼ିଯାଉଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ଦେଖଣହାରୀମାନେ ଭାବିଥିଲେ ଯେ, ମତ୍ସ୍ୟଜୀବୀମାନେ ବୁଡ଼ି ଯାଉଛନ୍ତି। ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ ପିସିଆରରୁ ସୂଚନା ପାଇଁ ଅଗ୍ନିଶମ ବାହିନୀର ୬ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ମହାନଦୀରେ ବାରମ୍ବାର ଅଘଟଣ ଘଟୁଛି। ସଚେତନା ଅଭାବ ଯୋଗୁଁ ବିଭିନ୍ନ ସମୟରେ ମହାନଦୀରେ ବୁଡ଼ି ଅନେକ ଲୋକ ଜୀବନ ହାରିସାରିଛନ୍ତି। ନଦୀରେ ଜଳସ୍ତର ନଜାଣି ପ୍ରବେଶ କରୁଥିବାରୁ ଲୋକେ ଅକାରଣରେ ପ୍ରାଣ ହାରୁଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ୨ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି। ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନିଖୋଜମାନେ ତିୱାରୀଗଳିର ନିବାସୀ। ସେମାନେ ନବମ ଶ୍ରେଣୀର ଛାତ୍ର। କିନ୍ତୁ ଉଦ୍ଧାର ପ୍ରକ୍ରିୟା ଶେଷ ହେବା ଅଥବା ପରିବାର ଲୋକଙ୍କ ଅଭିଯୋଗ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe