ମହାନଦୀରେ ଗାଧୋଇବା ବେଳେ ଅଘଟଣ: ଦୁଇ ମୃତ, ଜଣେ ଉଦ୍ଧାର

ମହାନଦୀର ଯୋବ୍ରା ଆନିକଟ ନିକଟକୁ ନଦୀକୂଳସାହିର କିଛି ପିଲା ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଏଥିରୁ ୩ଜଣ ପିଲା ଭାସିଯାଇଥିଲେ। କୂଳକୁ ଆସିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

Two drawn in Mahanadi

Two drawn in Mahanadi Photograph: (sambad.in)

କଟକ: ମହାନଦୀରେ ପୁଣି ଅଘଟଣ ଘଟିଛି। ଯୋବ୍ରା ଆନିକଟ ନିକଟରେ ଆଜି ଅପରାହ୍‌ଣରେ ୨ ଜଣ ବୁଡ଼ିଯାଇଛନ୍ତି। ଅନ୍ୟଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସାଈ ବେହେରା ଓ ପିଙ୍କୁନ୍‌ ଜେନା। 

ସୂଚନା ଅନୁସାରେ କଟକର ମହାନଦୀର ଯୋବ୍ରା ଆନିକଟ ନିକଟକୁ ନଦୀକୂଳସାହିର ସାଈ ଓ ପିଙ୍କୁନ୍‌ଙ୍କ ସମେତ ଅନ୍ୟ କିଛି ପିଲା ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଏଥିରୁ ସାଈ ଓ ପିଙ୍କୁନଙ୍କ ସମେତ ୩ ଜଣ ପିଲା ଭାସିଯାଇଥିଲେ। କୂଳକୁ ଆସିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ପିଲମାନେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଥିଲା। ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ସାଈ ବେହେରା ଓ ପିଙ୍କୁନ୍‌ ଜେନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଗାଧୋଇବା ବେଳେ ମହାନଦୀରେ ବୁଡ଼ି ମୃତ୍ୟୁ ହେବା ଘଟଣା ନୁହେଁ। ପୂର୍ବରୁ ମଧ୍ୟ ମହାନଦୀରେ ବୁଡ଼ି ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହାର ମୁଖ୍ୟ କାରଣ ହେଲା ଅସାବଧାନତା। ଲୋକେ ମହାନଦୀରେ ପ୍ରବେଶ କରିବା ପୂର୍ବରୁ ସେଠାକାର ଜଳର ଗଭୀରତା ସଂପର୍କରେ ଜ୍ଞାନ ରଖୁ ନାହାନ୍ତି। ଅପରପକ୍ଷେ ଅନେକ ଲୋକ ପାଣିରେ ପହଁରି ଶିଖି ନଥିବାରୁ ମଧ୍ୟ ଅଘଟଣର ଶିକାର ହେଉଛନ୍ତି।  

ଚାଉଳିଆଗଂଜ ସହକାରୀ ଅଗ୍ନିଶମ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ମହାନଦୀରେ ବୁଡ଼ିଯାଇଥିବା ପିଲାମାନଙ୍କୁ ଉଦ୍ଧାର କରିବାରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇ ଯାଇଥିଲା। ସେମାନଙ୍କୁ ସ୍କ୍ୟୁବା ଓ ବୋଟରେ ଉଦ୍ଧାର କରାଯାଇଥିଲା। ପ୍ରଥମେ ୨ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। 

 Mahanadi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe